ଭୁବନେଶ୍ୱର: ସାଲିଆସାହି ଜନତାନଗର ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ନୂଆପଲ୍ଲୀ ଥାନା ପୁଲିସ ଚଢ଼ାଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ୧୫ ହଜାର ଟଙ୍କା, ୮ଟି ମୋବାଇଲ୍ ଫୋନ୍ ଓ ୪ହଳ ପାଲି ଜବତ କରିଛି। ସେମାନେ ହେଲେ ସାଲିଆସାହି ଆଦିବାସୀ ଗାଁର ସରୋଜ ରାଉତରାୟ(୩୦), ରାଜେଶ ବାରିକ(୩୨), ଜୀତେନ୍ଦ୍ର ହେମ୍ବ୍ରମ୍ବ(୨୦), ଏକାମ୍ରନଗର ଅଞ୍ଚଳର ଦିଲ୍ଲୀପ ନାୟକ(୩୨), ପପୁ ପ୍ରଧାନ(୨୨), ନିରାକାରନଗର ଅଞ୍ଚଳର ବସନ୍ତ କୁମାର ସାହୁ(୪୧), ମହାବୀରନଗର ଅଞ୍ଚଳର ବସନ୍ତ ରୋଡ୍ଡୀ(୨୯) ଏବଂ ଜଗନ୍ନାଥବିହାର ଅଞ୍ଚଳର ଗୋବିନ୍ଦ ରେଡ୍ଡୀ(୨୦)। ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୪ ଟା ସମୟରେ ସାଲିଆସାହି ଜନତାନଗର ନିକଟରେ ଥିବା ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ନୂଆପଲ୍ଲୀ ଥାନା ପୁଲିସ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍ ତୁରନ୍ତ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା। ପୁଲିସକୁ ଦେଖି ସେଠାରେ ଥିବା କେତେଜଣ ଜୁଆଡ଼ିମାନେ ଘଟଣାସ୍ଥଳରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ସେଠାରୁ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଜୁଆଡ଼ିମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ସେମାନଙ୍କୁ ଥାନାରେ ଅଟକରଖି ପଚରା ଉଚରା କରୁଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସାଲିଆସାହିରୁ ଜୁଆ ଆଡ୍ଡା ଠାବ
୮ ଜୁଆଡ଼ି ଗିରଫ, ୧୫ ହଜାର ଟଙ୍କା, ମୋବାଇଲ୍ ଫୋନ୍ ଓ ପାଲି ଜବତ
/sambad/media/post_attachments/wp-content/uploads/2018/02/tapas-jua.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)