ଭୁବନେଶ୍ୱର : ନୂଆପଲ୍ଲୀ ଥାନା ପୁଲିସ ଜଣେ ଚୋରକୁ ଗିରଫ କରିବା ସହ ଗୋଟିଏ ବ୍ୟାଟେରି ଜବତ କରିଛି। ସେ ହେଲା ବାଲେଶ୍ୱର ଜିଲ୍ଲା ଖଣ୍ଟପଡ଼ା ଅଞ୍ଚଳର ଶଙ୍କର ସାହୁ(୨୦)। ଏଠାରେ ନୂଆପଲ୍ଲୀ ନୀଳକଣ୍ଠନଗର ଲକ୍ଷ୍ମୀନାରାୟଣ ବସ୍ତିରେ ରୁହେ।
ପୁଲିସ ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଶଙ୍କର ୟୁନିଟ୍-୮ ଅଞ୍ଚଳର ବିକାଶ ଗୌଡ଼ାଙ୍କ ଗ୍ୟାରେଜ୍ରେ ପଶି ତାଙ୍କ ଗାଡ଼ି ବ୍ୟାଟେରି ନେଇଯାଉଥିଲା। ଗାଡ଼ି ଖୋଲୁଥିବା ଶବ୍ଦଶୁଣି ବିକାଶ ବାହାରକୁ ଚାଲିଆସିଥିଲେ। ଶଙ୍କର ଗାଡ଼ିରୁ ବ୍ୟାଟେରି ଚୋରି କରୁଥିବା ଦେଖି ବିକାଶ ପାଟି କରିଥିଲେ। ବିକାଶଙ୍କ ପାଟିଶୁଣି ଶଙ୍କର ଘଟଣାସ୍ଥଳରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲା। ହେଲେ ସ୍ଥାନୀୟ ଲୋକମାନେ ତାକୁ କାବୁ କରିଥିଲେ। ଏହାପରେ ତୁରନ୍ତ ପୁଲିସକୁ ଫୋନ୍କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶଙ୍କରକୁ ଗିରଫ କରି ଥାନାକୁ ନେଇଥିଲା। ଥାନାରେ ପଚରା ଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/arrested-a.jpg)