ଭୁବନେଶ୍ବର: ବ୍ୟାଟେରି ଚୋରି ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତା ନାଁ ଅଖିଳ ବେହେରା। ଘର ଢେଙ୍କନାଳରେ। ଏଠାରେ ସେ ଭିଏସଏସ ନଗର ହନୁମାନ ବସ୍ତିରେ ରୁହେ। ପୁଲିସ ତା’ ନିକଟରୁ ୩ଟି ବ୍ୟାଟେରି ଜବତ କରିଛି। ଅଖିଳ ମଞ୍ଚେଶ୍ବର ଥାନା ଅଧୀନରେ ଥିବା ଏକ ସୋରୁମରେ ଝାଡୁଦାର ଭାବେ କାମ କରେ। ସୋରୁମକୁ ସର୍ଭିସ ହେବାକୁ ଆସୁଥିବା କାରରୁ ସେ ବ୍ୟାଟେରି ଚୋରି କରେ।
ବ୍ୟାଟେରି ଚୋରି ଅଭିଯୋଗରେ ଜଣେ ଗିରଫ
/sambad/media/post_attachments/wp-content/uploads/2019/07/arrest-1.jpg)