ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ବିଡିଏ ଫିଲଡ଼ ଇନ୍ସପେକ୍ଟର

ଭୁବନେଶ୍ବର: ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ବିଡିଏ ଫିଲଡ଼ ଇନ୍ସପେକ୍ଟର। ସେ ଘରର ପ୍ଲାନ ଆପ୍ରୁଭ୍ କରାଇବା ଆଳରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ଫେବ୍ରଆରି ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ କରିଥିଲା।

ଏ ନେଇ ଫିଲଡ଼ ଇନ୍ସପେକ୍ଟରଙ୍କ ଘରେ ବାରମ୍ବାର ପୁଲିସ ଚଢ଼ାଓ କରିଥିଲା। ଗିରଫ ଭୟରେ ମନୋରଞ୍ଜନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ। ମନୋରଞ୍ଜନଙ୍କ ଜାମିନ ଅଗ୍ରାହ୍ୟ ହେବା ସହ ତଳ କୋର୍ଟରେ ୪ ସପ୍ତାହ ମଧ୍ୟରେ ହାଜର ହେବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ।

ଏହାକୁ କିନ୍ତୁ ଏଡାଇ ଚାଲିଥିଲେ ମନୋରଞ୍ଜନ। ଫଳରେ ମନୋରଞ୍ଜନଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ମନୋରଞ୍ଜନ ବିଡିଏ କାର୍ଯ୍ୟଳୟରେ ଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର