ଖଣ୍ଡଗିରି: ଶନିବାର ସନ୍ଧ୍ୟାରେ ଜଣେ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଟଣୀ ଥାନା ଯାଁଳା ଫାଣ୍ଡି ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଯାଁଳା ଫାଣ୍ଡି ଅନ୍ତର୍ଗତ ହରପୁର ଗାଁର ଜ୍ୟୋତିପ୍ରକାଶ ମହାକୁଡ଼(୨୨)। ରବିବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ହରପୁର ଗାଁର ବିବାହିତ ମହିଳା ଲିପା(ଛଦ୍ମନାମ) ଏକ ଛୋଟ ଭେରାଇଟି ଷ୍ଟୋର କରିଛନ୍ତି। ଦୋକାନରେ ସେ ଥଣ୍ଡା ପାନୀୟ ବିକ୍ରି କରନ୍ତି। ଶନିବାର ସନ୍ଧ୍ୟାରେ ଗାଁର କିଛି ଯୁବକ ଭୋଜି କରୁଥିଲେ। ଭୋଜିରେ ଜ୍ୟୋତିପ୍ରକାଶ ସାମିଲ୍ ଥିଲା। ରାତି ପ୍ରାୟ ୮ଟାବେଳେ ଜ୍ୟୋତି ଥଣ୍ଡା ପାନୀୟ କିଣିବା ପାଇଁ ଲିପାଙ୍କ ଦୋକାନକୁ ଆସିଥିଲା। କିନ୍ତୁ ଦୋକାନରେ କିଛି ଥଣ୍ଡା ନାହିଁ ବୋଲି ଲିପା କହିଥିଲେ। ଏଥିରେ ରାଗି ଯାଇ ଜ୍ୟୋତି ତାଙ୍କୁ ଗାଳିମନ୍ଦ କରିଥିଲା। ଲିପା ପ୍ରତିବାଦ କରିବାକୁ ସେ ତାଙ୍କୁ ଦୋକାନ ଭିତରୁ ବାହାରକୁ ଟାଣି ନେଇ ମାଡ଼ ମାରିଥିଲା। ପାଟି ଶୁଣି ଗାଁ ଲୋକେ ଧାଇଁ ଆସିବାରୁ ଜ୍ୟୋତି ସେଠାରୁ ଖସି ପଳାଇଥିଲା। କିନ୍ତୁ ଗାଁ ଲୋକେ ତାକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ଓ ଯାଁଳା ଫାଣ୍ଡି ପୁଲିସ ଜିମା ଦେଇଥିଲେ। ଏ ନେଇ ଲିପା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଜ୍ୟୋତିକୁ ଗିରଫ କରିଥିଲା।
ମହିଳାଙ୍କୁ ମାଡ଼, ଯୁବକ ଗିରଫ
ଥଣ୍ଡା ଦେଲେନି ବୋଲି
/sambad/media/post_attachments/wp-content/uploads/2018/01/ARJUN-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)