ସୁନ୍ଦରୀ ଗର୍ଲଫ୍ରେଣ୍ଡ ଜରିଆରେ ବ୍ୟବସାୟୀଙ୍କୁ ବ୍ଲାକମେଲିଂ ! ଟଙ୍କା ଆଦାୟ ପାଇଁ ଗଲାବେଳେ ମାଡ଼ିବସିଲା ପୁଲିସ୍

ଭୁବନେଶ୍ୱର : ନିଉଜ୍ କରୁ କରୁ ନିଜେ ନିଉଜ ହୋଇଗଲେ ନିଉଜ ପୋର୍ଟାଲ ମାଲିକ । ଧରା ପଡିଲା ନିଉଜ ପୋର୍ଟାଲ ମାଲିକର ଦଲାଲଗିରି । ସୁନ୍ଦରୀ ଗର୍ଲଫ୍ରେଣ୍ଡକୁ ଲଗାଇ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ପରେ, ଅଶ୍ଳୀଳ ଭିଡିଓ ଭାଇରାଲର ଧମକ ଦେଉଥିଲା ଏହି ଦଲାଲ ଜଣକ । ତେବେ ଦଲାଲ ଗିରଫ ହେବା ପରେ ତା ସୁନ୍ଦରୀ ଗର୍ଲଫ୍ରେଣ୍ଡକୁ ଖୋଜୁଛି ପୁଲିସ ।ମଙ୍ଗଳବାର ଖଣ୍ଡଗିରି ପୁଲିସ୍ ପୋର୍ଟାଲ ମାଲିକଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଫେରାର ଅଛନ୍ତି।

ଗିରଫ ନିଉଜ ପୋର୍ଟାଲର ମାଲିକଙ୍କ ନାମ ଅନନ୍ତ ମହାରଣା ବୋଲି ଜଣାପଡ଼ିଛି । ଅନନ୍ତ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ମିଶି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନିତେଶଙ୍କୁ ବ୍ଲାକମେଲ୍ କରିଥିଲେ । ଗାର୍ଲଫ୍ରେଣ୍ଡ ବନିଥିଲେ ବ୍ଲାକମେଲର ଜରିଆ । ବୁଢ଼ିଆଣୀ ଜାଲରେ ଫଶିଯାଇଥିଲେ ଜଣେ ବ୍ୟବସାୟୀ । ୫ ଲକ୍ଷ ଟଙ୍କା ନଦେଲେ ଗର୍ଲଫ୍ରେଣ୍ଡଙ୍କ ସହ ଥିବା ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲେ ଅନନ୍ତ । ତେବେ ଟଙ୍କା ନେବାକୁ ଆସିବା ବାଟରେ ଖଣ୍ଡଗିରି ଥାନା ପୁଲିସ ଅନନ୍ତକୁ ହାତକଡି ପିନ୍ଧାଇଥିଲା ।

The Cullman Times

ପୁଲିସର ସୂଚନାନୁସାରେ, ଅନନ୍ତର ସବୁଠୁ ବଡ ଅସ୍ତ୍ର ଥିଲା ତାର ସୁନ୍ଦରୀ ଗର୍ଲଫ୍ରେଣ୍ଡ । ବ୍ୟବସାୟୀ ନିତେଶକୁ ନିଜ ଜାଲରେ ଫସାଇବା ପାଇଁ ଗର୍ଲଫ୍ରେଣ୍ଡଙ୍କୁ ବ୍ୟବହାର କରିଥିଲା । ନିତେଶ ସହ ତାଙ୍କ ଗର୍ଲଫ୍ରେଣ୍ଡ ମିଶି ଅଶ୍ଲୀଳ ଭିଡିଓ ସୁଟିଂ କରିଥିଲେ । ପ୍ରସ୍ତୁତ ହୋଇଥିଲା ବ୍ଲାକମେଲିଂର ପ୍ଲଟ୍ । ବ୍ୟବସାୟୀଙ୍କୁ ଲୁଟିବା ପାଇଁ ହେଲା ବ୍ଲୁ-ପ୍ରିଂଟ । ବ୍ଲାକମେଲିଂ କରି ଅଗ୍ରିମ ଅଢେଇ ଲକ୍ଷ ଟଙ୍କା ଆଦାୟ ବି କରି ନେଇଥିଲା । ଆଉ ଅଢେଇ ଲକ୍ଷ ଟଙ୍କା ଆଣିବାକୁ ଯାଇଥିବା ଅନନ୍ତ ଗିରଫ ହେବା ପରେ, ଫେରାର ହୋଇଯାଇଥିଲା ତାର ସୁନ୍ଦରୀ ଗର୍ଲଫ୍ରେଣ୍ଡ ।

ସମ୍ବନ୍ଧିତ ଖବର