ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ଥିବା ମହିଳା ପୁଲିସ ଅଧିକାରୀଙ୍କ ଘରୁ ମିଳିଲା ଡ୍ରଗ୍ସ ଓ ଗଞ୍ଜେଇ ସମେତ ଅନେକ ନିଶାଦ୍ରବ୍ୟ

ନୂଆଦିଲ୍ଲୀ: ନିଜର ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ସେ ଏକ ବେଆଇନ କାମରେ ସାମିଲ ଥିବା ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ମହିଳା ପୁଲିସ ଅଧିକାରୀଙ୍କ ଘରୁ ଡ୍ରଗ୍ସ, ଗଞ୍ଜେଇ ସମେତ ଅନେକ ନିଶାଦ୍ରବ୍ୟ ଜବତ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ତାଙ୍କୁ ଚାକିରିରୁ ବାହାର କରିଦେବା ସହିତ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଯାଇଛି। ଏହି ଘଟଣା ବ୍ରିଟେନରୁ ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ବ୍ରିଟେନର ମେଟ୍ରୋପଲିଟନ ପୁଲିସ ଅଫିସର ରସବିନ୍ଦର ଅଗାଲିୟୁ ପାଖାପାଖି ୨୦ବର୍ଷ ହେବ ପୁଲିସ ବିଭାଗରେ କାମ କରୁଥିଲେ। ଗତ କିଛିଦିନ ତଳେ ତାଙ୍କ ପୁରୁଣା ଘର ଉପରେ ହୋଇଥିବା ଚଢ଼ଉ ହେତୁ ତାଙ୍କ ଚାକିରି ଚାଲି ଯାଇଛି।

୪୭ବର୍ଷର ରସବିନ୍ଦର ପାଖାପାଖି ୧୭ବର୍ଷ ହେବ ପୁଲିସ ବିଭାଗରେ ସାମିଲ ହୋଇଥିଲେ। କିନ୍ତୁ ତାଙ୍କ କ୍ୟାରିୟର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ନିକଟରେ ଲଣ୍ଡନ ପୁଲିସ ତାଙ୍କ ଘର ଉପରେ ଚଢ଼ଉ କରିଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ଘରେ ଗଞ୍ଜେଇ ଚାଷ ହେଉଥିବା ଜାଣିବାକୁ ମିଳିଥିଲା।

ଏତଦବ୍ୟତୀତ ତାଙ୍କ ଘରୁ ଡ୍ରଗ୍ସ, ଗଞ୍ଜେଇ ସମେତ ଅନେକ ନିଶା ଦ୍ରବ୍ୟ ବିପୁଳ ମାତ୍ରାରେ ଜବତ ହୋଇଛି। ତାଙ୍କ ବିରୋଧରେ ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଉକ୍ତ ପୁଲିସ ଅଧିକାରୀ ତିନିଜଣ ଶିଶୁଙ୍କ ମା’ ଥିବା ସହିତ ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହି ଥାଆନ୍ତି। ତେବେ ରସବିନ୍ଦର ତାଙ୍କ ସୌନ୍ଦର୍ଯ୍ୟ ପାଇଁ  ଖବୁ ଚର୍ଚ୍ଚାରେ ଥିଲେ।

ସମ୍ବନ୍ଧିତ ଖବର