ମିଦନାପୁର: ପାରିବାରିକ କଳହକୁ କେନ୍ଦ୍ରକରି ପଶ୍ଚିମବଙ୍ଗର ପୂର୍ବ ମିଦନାପୁରରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ତା’ର କଟାମୁଣ୍ଡ ଧରି ରାସ୍ତାରେ ବୁଲିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆତଙ୍କ ସୃଷ୍ଟି କରିଛି।

Advertisment

ରିବୋର୍ଟରୁ ପ୍ରକାଶ, ପଶ୍ଚିମବଙ୍ଗର ପୂର୍ବ ମିଦନାପୁରରେ ପତ୍ନୀଙ୍କ ମୁଣ୍ଡ କାଟି ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଚିସ୍ତିପୁର ବସଷ୍ଟାଣ୍ଡ ନିକଟରେ ୪୦ ବର୍ଷୀୟ ଗୌତମ ଗୁଛାଇତ ନାମକ ଏହି ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଦେଖିଥିଲେ। ସେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ମହିଳାଙ୍କ କଟା ମୁଣ୍ଡ ଧରି ବୁଲୁଥିଲା। ଏହି ଘଟଣା ସଂପର୍କରେ ସ୍ଥାନୀୟ ଲୋକମାନେ ନିକଟସ୍ଥ ପୁଲିସ ଥାନାରେ ଖବର ଦେଇଥିଲେ।

ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତା’ ଡାତରେ ଧରିଥିବା କଟାମୁଣ୍ଡକୁ ଜବତ କରିଥିଲା।

ପୁଲିସ ସୂଚନା ଅନୁଯାୟୀ, ଗୁଚାଇତ ମାନସିକ ସ୍ତରରେ ଅସୁସ୍ଥ ଥିଲେ। ପାରିବାରିକ କଳହକୁ କେନ୍ଦ୍ର କରି ପତି ପତ୍ନୀଙ୍କ ମଧ୍ୟରେ ଘଗଡ଼ାର ସୂତ୍ରପାତ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ସେ ପତ୍ନୀଙ୍କୁ ହତ୍ୟା କରିବା ସହ ଧାରୁଆ ଅସ୍ତ୍ରରେ ମୁଣ୍ଡ କାଟି ଦେଇଥିବା ଅଭିଯୋଗ ହୋଇଛି।

ଗୁଛାଇତକୁ ଧରିବା ପରେ ପୁଲିସ ତା’ ଘରେ ଚଢ଼ଉ କରି ତା’ ପତ୍ନୀର ମୃତଦେହକୁ ଉଦ୍ଧାର କରିଥିଲା। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ସହ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଲିସ ଘଟଣା ସଂର୍କର୍ରେ ଅଧିକ ତଦନ୍ତ ଜାରି ରଖିଛି।