ନୂଆଦିଲ୍ଳୀ: ଆପଣ ଯଦି ଖାଇବାକୁ ଚାହୁଁଥିବେ ନିରାମିଷ। ମାତ୍ର ଆପଣଙ୍କ ସାମ୍ନାରେ ରଖାଯିବ ଆମିଷ ଖାଦ୍ୟ; ତେବେ ଆପଣଙ୍କୁ କିପରି ଲାଗିବ? ରାଗ ଲାଗିବ ନା ନିଶ୍ଚୟ? ଏଭଳି ଏକ କଥାକୁ ନେଇ ସୋସିଆଲ୍‌ ମିଡିଆରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି ସ୍ବିଗିରୁ ଖାଦ୍ୟ ବରାଦ କରିଥିବା ଜଣେ ଗ୍ରାହକ। ପଶ୍ଚିମବଙ୍ଗର ବ୍ୟକ୍ତି ଜଣକ ଦୀପାବଳି ପାଇଁ ସ୍ୱିଗିରୁ ବରାଦ କରିଥିବା ନିରାମିଷ ଖାଦ୍ୟ ବଦଳରେ ତାଙ୍କୁ ତନ୍ଦୁରି ଚିକେନ୍ ମିଳିବା ପରେ ସେ ଲିଙ୍କଡିନ୍‌ରେ ତାଙ୍କର ଦୁଃଖଦ ଘଟଣାକୁ ବଖାଣିଛନ୍ତି। 

Advertisment

ଲିଙ୍କଡିନ୍‌ରେ ଏବେ ଭାଇରାଲ୍ ହୋଇଥିବା ଏହି ପୋଷ୍ଟରେ, ଗରାଖ ସୁମିତ ଅଗ୍ରୱାଲ ଏହି ଅଭିଜ୍ଞତାକୁ ତାଙ୍କ ପରିବାର ପାଇଁ "ଭାବପ୍ରବଣ ଆଘାତ" ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ସେ ସ୍ୱିଗି ମାଧ୍ୟମରେ ‘ରଙ୍ଗ ଦେ ବସନ୍ତୀ ଢାବା’ ରୁ ସେ ମଟର ମସରୁମ୍ ବରାଦ କରିଥିଲେ କିନ୍ତୁ ତା ବଦଳରେ ତନ୍ଦୁରି ଚିକେନ୍ କ୍ଲାସିକ୍ ପାଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ନିୟମ ମାନୁନାହାନ୍ତି ସ୍ବିଗି, ଜୋମାଟୋ: ବଡ଼ ସଂସ୍ଥାକୁ ଦେଉଛନ୍ତି ପ୍ରାଥମିକତା

ଅଗ୍ରୱାଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ସ୍ୱିଗିର କ'ଣ ଅସୁବିଧା ଅଛି ମୁଁ ଜାଣିନାହିଁ। ମୁଁ ‘ରଙ୍ଗ ଦେ ବସନ୍ତୀ’ ଢାବାରୁ ସ୍ୱିଗି ମାଧ୍ୟମରେ ମଟର ମସରୁମ୍ ବରାଦ କରିଥିଲି। ଯାହାକି ଦୀପାବଳି ପାଇଁ ଏକ ସାଧା ନିରାମିଷ ଭୋଜନ। କିନ୍ତୁ ଯାହା ମିଳିଲା; ତାହା ଥିଲା ତନ୍ଦୁରି ଚିକେନ୍ କ୍ଲାସିକ୍,"। ଏକ ମାରୱାଡି ପରିବାର ପାଇଁ ଦୀପାବଳିରେ ଏପରି ଘଟିବା ଏହା କେବଳ ଏକ ଭୁଲ ନୁହେଁ। ଏହା ଏକ ଭାବପ୍ରବଣ ଆଘାତ ବୋଲି ‌ସେ ବର୍ଣ୍ଣନା କରିଛନ୍ତି। ତେବେ ଏ ନେଇ ସ୍ବିଗି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

ଆହୁରି ପଢ଼ନ୍ତୁ: ଅନ୍‌ଲାଇନ୍‌ରୁ ବରାଦ କରିଥିବା ଚିକେନ ବିରିୟାନିରୁ ବାହାରିଲା ପୋକ, ୬୪ ଟଙ୍କା ଫେରସ୍ତ କଲା ସ୍ବିଗି

swiggy delivery boy | desi chicken