ଡେଟିଂ ଆପରୁ ପ୍ରେମ ଆରମ୍ଭ, ହତ୍ୟାରେ ହେଲା ଶେଷ; ୪ମହଲା ତଳକୁ ଧକ୍କା ଦେଲା ପ୍ରେମିକ

ବେଙ୍ଗାଲୁରୁ: ଡେଟିଂ ଆପରୁ ପ୍ରେମ ଆରମ୍ଭ। ହତ୍ୟାରେ ଶେଷ। ବେଙ୍ଗାଲୁରୁରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଡେଟିଂ ଆପରୁ ପ୍ରେମ ଆରମ୍ଭ ହୋଇଥିବା ବେଳେ ପରେ ଝଗଡ଼ା ହେବାରୁ ପ୍ରେମିକ ନିଜ ପ୍ରେମିକାକୁ ୪ମହଲା କୋଠା ତଳକୁ ଠେଲି ହତ୍ୟା କରିଥିବ‌ା ଜଣାପଡ଼ିଛି। ମୃତକଜଣକ ପେସାରେ ଜ‌ଣେ ଏୟାର ହୋଷ୍ଟେସ ଥିବା ବେଳେ ଘଟଣା ଘଟିବା ସମୟରେ ସେ ନିଜ ପ୍ରେମିକଙ୍କ ଘରେ ଥିଲେ। ପୁଲିସ ଏବେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରେମିକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏୟାର ହୋଷ୍ଟେସଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

ସୂଚନା ମୁତାବକ, କିଛି ଦିନ ପୂର୍ବରୁ, ୨୮ବର୍ଷ ବୟସ୍କା ଏୟାର ହୋଷ୍ଟେସ୍ ଅର୍ଚ୍ଚନା ଧିମାନ ଏକ ଡେଟିଂ ଆପରେ ସଫ୍ଟୱେୟାର ଇଞ୍ଜିନିୟର ଆଦିଶଙ୍କୁ ଭେଟିଥିଲେ। କିଛି ଦିନ କଥା ହେବା ପରେ ଧୀରେ ଧୀରେ ଦୁହେଁ ପ୍ରେମରେ ପଡ଼ିଥିଲେ। କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହେଉଥିବା ଦେଖି ସମ୍ପର୍କ ଭାଙ୍ଗିବାକୁ ଅର୍ଚ୍ଚନା ଦୁବାଇରୁ ବେଙ୍ଗାଲୁରୁକୁ ଆସିଥିଲେ। ବେଙ୍ଗାଲୁରୁ ଆସି ସେ ପ୍ରେମିକ ରହୁଥିବା ଫ୍ଲାଟକୁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା। ଅର୍ଚ୍ଚନା ୪ମହଲା ତଳକୁ ଖସି ପଡ଼ିବା ପରେ ଆଦିଶ ପୁଲିସକୁ ଏବିଷୟରେ ଜଣାଇଥିଲେ। ପୁଲିସ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିବା ବେଳେ ଅର୍ଚ୍ଚନାଙ୍କ ମା’ଙ୍କ ଅଭିଯୋଗ ପରେ ପୁଲିସ ଏବେ ହତ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର