ପତ୍ନୀଙ୍କ ସାଙ୍ଗ ସହ ଦୁଷ୍କର୍ମ କଲା ସ୍ୱାମୀ, ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ଘଟଣା 

ବେଙ୍ଗାଲୁରୁ : ବିଳମ୍ବିତ ରାତିରେ ଘରକୁ ଫେରିବା ସୁରକ୍ଷିତ ନୁହେଁ ବୋଲି ଭାବି ଜଣେ ମହିଳା ନିଜ ସାଙ୍ଗ ଘରେ ରହି ଯାଇଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା, ଯେଉଁ ସ୍ଥାନକୁ ସେ ସୁରକ୍ଷିତ ବୋଲି ଭାବି ରହିବାକୁ ଯାଉଛନ୍ତି, ସେଠାରେ ତାଙ୍କ ସହ କ’ଣ ଘଟିବାକୁ ଯାଉଛି । ଆଜ୍ଞା ହଁ, ବେଙ୍ଗାଲୁରୁରେ ଜଣେ ମହିଳା ବିଳମ୍ବ ହେବାରୁ ନିଜ ସାଙ୍ଗ ଘରେ ରହି ଯାଇଥିଲେ । କିନ୍ତୁ ସେଠାରେ ସେ ତାଙ୍କ ସାଙ୍ଗଙ୍କ ସ୍ୱାମୀ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ । ଯାହା ତାଙ୍କର କଳ୍ପନାର ବାହାରେ ଥିଲା । ଘଟଣାଟି ଡିସେମ୍ବର ୧୫ରେ ଘଟିଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି ।

PBS

ସୂଚନା ମୁତାବକ, ପୀଡ଼ିତାଙ୍କ ଘର ତୁମାକୁରୁରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁକୁ କାମରେ ଆସିଥିଲେ । ଚିଟ୍‌ଫଣ୍ଡରେ ଟଙ୍କା ଜମା ରଖୁଥିବାରୁ ପୀଡ଼ିତା ଟଙ୍କା ଉଠାଇବା ପାଇଁ ବେଙ୍ଗାଲୁରୁରେ ଆସି ପହଞ୍ଚିଥିଲେ । କିନ୍ତୁ ଫେରିବା ସମୟରେ ବିଳମ୍ବ ହେବାରୁ ସେ ରାଜାଗୋପାଳନଗରରେ ଥିବା ନିଜ ସାଙ୍ଗ ଘରେ ରହି ଯାଇଥିଲେ । ପର ଦିନ ପୀଡ଼ିତାଙ୍କ ସାଙ୍ଗ ନିଜ କାମରେ ବାହାରିଯିବା ପରେ ପୀଡ଼ିତା ମଧ୍ୟ ଘରକୁ ଫେରିବା ପାଇଁ ବାହାରିଥିଲେ । ଏହି ସମୟରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଏ ବିଷୟରେ କାହାକୁ ନ ଜଣାଇବା ପାଇଁ ଧମକ ଦେଇ ଥିଲେ ଅଭିଯୁକ୍ତ । ପ୍ରଥମେ ପୀଡ଼ିତା ଚୁପ୍‌ ରହିଥିବା ବେଳେ ପରେ ଗର୍ଭବତୀ ଥିବା କଥା ଜାଣି ପୁଲିସରେ ଆଗରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିିଛି ପୁଲିସ ।

ସମ୍ବନ୍ଧିତ ଖବର