ଅସ୍ତ୍ରୋପଚାର କରି ୬୮୨ ଜଣଙ୍କୁ କିନ୍ନର କରିଥିବା ବେଙ୍ଗାଲୁରୁ ଡାକ୍ତରାଣୀ

ମହୀଶୂର: ବେଙ୍ଗାଲୁରୁର ଜଣେ ଡାକ୍ତରାଣୀ ଗତ ତିନି ବର୍ଷ ମଧ୍ୟରେ ୬୮୨ଟି ପୁଅଙ୍କର ଲିଙ୍ଗ-ପରିବର୍ତ୍ତନ ଅସ୍ତ୍ରୋପଚାର କରିଥିବା କଥା ଏକ ର‍୍ୟାକେଟ୍‌ ଉପରେ ତଦନ୍ତ କରୁଥିବା ମାଣ୍ଡ୍ୟା ପୁଲିସ ନିକଟରେ ଜାଣିବାକୁ ପାଇଛନ୍ତି।

ପଚରାଉଚୁରା ସମୟରେ ଡାକ୍ତରାଣୀଜଣକ ଅଚେତ ହୋଇ ପଡ଼ିଥିଲେ। କିନ୍ତୁ, ତାଙ୍କୁ ଏଯାବତ୍‌ ଗିରଫ କରାଯାଇନାହିଁ। ଅସ୍ତ୍ରୋପଚାର ଲାଗି ତାଙ୍କ ନିକଟକୁ ବାଳକମାନଙ୍କୁ ଆଣୁଥିବା ଜଣେ କିନ୍ନରଙ୍କ ସମେତ ଅନ୍ୟ ସହଯୋଗୀମାନଙ୍କୁ ପୁଲିସ ଖୋଜୁଛି।

ମାଣ୍ଡ୍ୟା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଶିବ ପ୍ରକାଶ ଦେବରାଜୁ କହିଛନ୍ତି ଯେ ପ୍ରାଥମିକ ତଦନ୍ତରେ ଡାକ୍ତରାଣୀଜଣକ ସ୍ୱୀକାର କରିଛନ୍ତି ଯେ ସେ ୬୮୨ଟି ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପିଛା ସେ ୧. ୨୫ ଲକ୍ଷ ଟଙ୍କା ନିଅନ୍ତି।

ପୁଲିସ କହିବା ଅନୁସାରେ, ଫେବ୍ରୁଆରି ମାସରେ ସହରରେ ରହୁଥିବା ୧୬ ବର୍ଷ ନାତିର ଜଣେ ଜେଜିମା’ ଅଭିଯୋଗ କଲେ କି, ତାଙ୍କ ନାତି ନିରୁଦ୍ଦିଷ୍ଟ ହୋଇ ଯାଇଛି। ଅକ୍ଟୋବର ମାସରେ ହଜିଲା ନାତିକୁ ଅଳ୍ପ କେତେକ ସ୍ଥାନୀୟ ଲୋକ କେଆର୍‌ ପେଟ୍‌ ସର୍କଲ୍‌ ଠାରେ ଦେଖିଥିଲେ। ସେ ନାରୀଙ୍କ ପରି ବେଶପଟା ହୋଇଥିଲା। ତୁରନ୍ତ ସେମାନେ ତାଙ୍କ ପରିବାର ଓ ପୁଲିସକୁ ସୂଚନା ଦେଇଥିଲେ।

ତଦନ୍ତ ସମୟରେ ସେ କହିଲା ଯେ ଆର୍ଥିକ ସହାୟତା ଦେବା ବାହାନାରେ ଦଳେ କିନ୍ନର ତାଙ୍କୁ ସେମାନଙ୍କ ସହ ଯୋଗ ଦେବାକୁ ବୁଝାଇଲେ। ପ୍ରଥମେ ତାକୁ କିନ୍ନର ପରି ବେଶପୋଷାକ ସାଜି ଭିକ୍ଷାମାଗିବାକୁ ପଡୁଥିଲା। ଜୁନ୍‌ ମାସରେ ଜଣେ କିନ୍ନର ଗୋଟିଏ ମିଥ୍ୟା ସତ୍ୟପତ୍ରରେ ସେ ୧୯ ବର୍ଷ ଦର୍ଶାଇ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଲିଙ୍ଗ-ପରିବର୍ତ୍ତନ ଅସ୍ତ୍ରୋପଚାର କରାଇ ଦେଲେ। ଜଣେ ନାରୀ ଅସ୍ତ୍ରୋପଚାର କଲେ।

ପୁଲିସ କହିଛି ଯେ ଏହି ମାମଲାରେ-: ତିନି ଜଣ କିନ୍ନର, ଲିଙ୍ଗ-ପରିବର୍ତ୍ତନ ଅସ୍ତ୍ରୋପଚାର ହୋଇଥିବା ତିନି ଜଣ ଲୋକ ଏବଂ ବାଳକମାନଙ୍କ ସହ ଯୌନକ୍ରିୟା କରୁଥିବା ଦୁଇଜଣ, ସମୁଦାୟ ୮ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର