ଛୁରି ମାରି ପୀଡ଼ିତଠୁ ସବୁ ଲୁଟି ନେବା ପରେ ନୂଆ ପୋଷାକ ପିନ୍ଧାଇ ଦେଇ ଗଲେ ଦୁର୍ବୃତ୍ତ

ବେଙ୍ଗାଲୁର: ବେଙ୍ଗାଲୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଇଞ୍ଜିନିୟରଙ୍କୁ କିଛି ଗୁଣ୍ଡା ମିଶି ଆକ୍ରମଣ କରି ତାଙ୍କୁ ଛୁରି ଭୁସିଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ଗୁଣ୍ଡାମାନେ ଛୁରି ଭୁସି ଉକ୍ତ ବ୍ୟକ୍ତିଙ୍କ ପାଖରୁ ସୁନାଅଳଙ୍କାର, ପର୍ସ ଓ ଏଟିଏମ୍‌ କାର୍ଡ ଲୁଟି ନେବା ପରେ ଧରାନପଡ଼ିବା ପାଇଁ ବ୍ୟକ୍ତି ଜଣକ ପିନ୍ଧିଥିବା ରକ୍ତ ଜୁଡ଼ୁବୁଡ଼ ପୋଷାକକୁ ଖୋଲି ନେଇଯାଇ ବଦଳରେ ତାଙ୍କୁ ଆଉ ଏକ ପୋଷାକ ଦେଇ ଯାଇଛନ୍ତି।

ପୀଡ଼ିତ ଜଣକ ହେଉଛନ୍ତି କିନକାର କୁମାର ଠାକୁର। ଲକ୍ଷ୍ମୀକୁନ୍ତା ମନ୍ଦିର ପାଖରେ କୁମାର ଠାକୁର ଅଟୋ ରିକ୍ସାକୁ ଅପେକ୍ଷା କରି ଛିଡ଼ା ହୋଇଥିବା ବେଳେ ତାଙ୍କ ସହ ଏପରି ହୋଇଥିଲା। ୪ ଜଣ ଅଭିଯୁକ୍ତ ୨ଟି ବାଇକ୍‌ରେ ଆସି ଏପରି ଘଟାଇଥିବା ଅଭିଯୋଗ ହୋଇଛି। ଗୁଣ୍ଡାମାନେ ପୀଡ଼ିତଙ୍କୁ ନିଜ ବାଇକ୍‌ରେ ଏକ ନିଛାଟିଆ ସ୍ଥାନକୁ ଟେକି ନେଇ ଏପରି ଘଟାଇଥିଲେ। ଅଭିଯୁକ୍ତମାନେ ପୀଡ଼ିତଙ୍କ ମୁଣ୍ଡକୁ ଛୁରି ମାରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର