ବେଙ୍ଗାଲୁରୁ: ଖଣ୍ଡା ଧରି ବୈଜ୍ଞାନିକଙ୍କୁ ମାରିବାକୁ ଗୋଡ଼ାଇଲେ ୪ଦୁର୍ବୃତ୍ତ। ବୈଜ୍ଞନିକଜଣକ କାର ଭିତରେ ଥିବାରୁ ଅଭିଯୁକ୍ତମାନେ କାରର କାଚ ଭାଙ୍ଗି ଦେଇଥିବା ଜଣାଯାଇଛି। ଏକ୍ସରେ ନିଜ କାରର ଫଟୋ ପୋଷ୍ଟ କରି ସୁରକ୍ଷା ମାଗିଛନ୍ତି ବୈଜ୍ଞାନିକ। ଆଶୁତୋଷ ସିଂହ ନାମକ ବୈଜ୍ଞାନିକଜଣକ ଏକ୍ସରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ତାଙ୍କ କାରର ପଛ କାଚ ଭାଙ୍ଗିଯାଇଥିବା ଦେଖାଯାଇଛି।
A narrow escape from local goons on Aug 24, 12:45 AM at Rauthanahalli Main road. They tried stopping my car, chased with swords, shattering back glass. Traumatized by the delayed police response. Seeking justice, lodging FIR at Madnayakanahalli PS today. urgent action is needed! pic.twitter.com/xPxmqhLiiS
— Ashutosh Singh (@ashuvishen) August 27, 2023
ଘଟଣାଟି ଅଗଷ୍ଟ ୨୪ରେ ଘଟିଥିବା ବେଳେ ସେଣ୍ଟର ଫର ନାନୋ ଆଣ୍ଡ ସଫ୍ଟ ମ୍ୟାଟର୍ ସାଇନ୍ସ (ସିଇଏନ୍ଏସ୍) ସହ ଜଡିତ ବୈଜ୍ଞାନିକ ଅଶୁତୋଷ ସିଂ ଏକ୍ସରେ ଏହି ଦୁଃଖଦ ଅନୁଭୂତି ବିଷୟରେ ଲେଖିବା ପରେ ଘଟଣାଟି ସାମ୍ନାକୁ ଆସିଛି। ଫଟୋ ସହ କ୍ୟାପସନରେ ସେ ଲେଖିଛନ୍ତି, ଅଗଷ୍ଟ ୨୪ ତାରିଖ ପୂର୍ବାହ୍ନ ୧୨.୪୫ରେ ରାଉତନାହଲ୍ଲୀ ମୁଖ୍ୟ ରାସ୍ତାରେ ସ୍ଥାନୀୟ ଗୁଣ୍ଡା ମୋ ଉପରେ ଆକ୍ରମଣ କରିଥିଲେ। ସେମାନେ ମୋ କାରକୁ ଅଟକାଇବାକୁ ଚେଷ୍ଟା କଲେ। ଏହା ପରେ ଖଣ୍ଡା ଧରି ବାଇକରେ ମୋର ପିଛା କଲେ। ମୋ ଉପରେ ଆକ୍ରମଣ କରିବାରେ ଅସଫଳ ହେବାରୁ ସେମାନେ କାରର ପଛ କାଚ ଭାଙ୍ଗିଦେଲେ। ପୁଲିସର କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିବାରୁ ମୁଁ ଦୁଃଖିତ।
ଏକ୍ସରେ ପୋଷ୍ଟ ଭାଇରାଲ ହେବା ପରେ ଏବେ ପୁଲିସ ଏତଲା ରୁଜୁ କରି ୪ଜଣ ଦୁର୍ବୃତ୍ତଙ୍କୁ ଖୋଜିବା ଆରମ୍ଭ କରିଛି।