ପ୍ରକୃତ ବୟସ ଲୁଚାଇବା ସହ ଶାରୀରିକ ସମ୍ପର୍କ ରଖୁନଥିଲା ସ୍ତ୍ରୀ, ହତ୍ୟା କରି ପୁଲିସକୁ ନିଖୋଜ ଥିବା କହିଲା ସ୍ବାମୀ

ବେଙ୍ଗାଲୁରୁ: ପ୍ରକୃତ ବୟସ ଲୁଚାଇବା ସହ ଶାରୀରିକ ସମ୍ପର୍କ ରଖୁନଥିଲା ସ୍ତ୍ରୀ। ହତ୍ୟା କରି ପୁଲିସକୁ ନିଖୋଜ ଥିବା କହିଲା ସ୍ବାମୀ। ବେଙ୍ଗାଲୁରୁରେ ରହୁଥିବା ବିହାରର ଜଣେ ଯୁବକ ଏଭଳି ଜଘନ୍ୟ କାମ କରିଥିବା ଜଣାପଡ଼ିଛି। ସ୍ତ୍ରୀକୁ ହତ୍ୟା କରି ଶିରାଡି ଘାଟରେ ପୋତିଦେବା ସହ ନିଖୋଜ ଥିବା ନେଇ ପୁଲିସରେ ଅଭିଯୋଗ କରିଥିଲା।

ଟାଇମ୍ସ ଅଫ୍ ଇଣ୍ଡିଆ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପୃଥ୍ବୀରାଜ ସିଂ ନାମକ ଅଭିଯୁକ୍ତ ଜ୍ୟୋତି କୁମାରୀଙ୍କୁ ୯ମାସ ପୂର୍ବରୁ ବିବାହ କରିଥିଲେ। ଜ୍ୟୋତି ବିବାହ ସମୟରେ ତାଙ୍କ ବୟସ ବିଷୟରେ ମିଛ କହିଥିବାରୁ ପୃଥ୍ବୀରାଜ ତାଙ୍କ ପତ୍ନୀଙ୍କ ଉପରେ କ୍ରୋଧିତ ଥିଲେ। ବିବାହ ସମୟରେ ଜ୍ୟୋତିଙ୍କୁ ୩୮ବର୍ଷ ହୋଇଥିବା ବେଳେ ସେ ୨୮ବର୍ଷ କହି ବିବାହ କରିଥିଲେ। ହେ‌ଲେ ବିବାହ ପରେ ସେ ପୃଥ୍ବୀରାଜଙ୍କ ସହ ଶାରୀରିକ ସମ୍ପର୍କ ନରଖିବା ସହ ଶାଶୁଘର ଲୋକଙ୍କୁ ଅମଣିଷ ବୋଲି କହୁଥିଲେ। ବାରମ୍ବାର ଏଭଳି ହେବାରୁ ପୃଥ୍ବୀରାଜ ଜ୍ୟୋତିଙ୍କୁ ହତ୍ୟା କରିଥିବା ନେଇ ପୁଲିସକୁ କହିଛି।

ପୁଲିସର କହିବା ମୁତାବକ, ଜ୍ୟୋତିଙ୍କୁ ହତ୍ୟା କରିବା ପାଇଁ ପୃଥ୍ବୀରାଜ ବିହାରରୁ ନିଜର ବନ୍ଧୁ ସମୀର କୁମାରଙ୍କୁ ଡାକିଥିଲେ। ଅଗଷ୍ଟ ୩ରେ ଦୁହେଁ ଜ୍ୟୋତିଙ୍କୁ ନେଇ ଉଡପି ଯିବା ସହ ସେଠାରେ ତାଙ୍କ ଗଳା କାଟି ଦେଇଥିଲେ। ପରଦିନ ପୃଥ୍ବୀରାଜ ପୁଲିସରେ ଜ୍ୟୋତି ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ଏତଲାରେ ସେ କହିଥିଲେ ଯେ, ଜ୍ୟୋତି ସବୁବେଳେ ଘରୁ ବାହାରି ଯାଉଥିବା ସହ ଠିକ ସମୟରେ ଘରକୁ ଫେରନ୍ତି। କିନ୍ତୁ ଅଗଷ୍ଟ ୩ରେ ସେ ଆଉ ଫେରିନଥିଲେ ଏବଂ ତାଙ୍କ ଫୋନ ବନ୍ଦ ହୋଇଯାଇଥିଲା। ହେଲେ ସନ୍ଦେହ ହେବାରୁ ତଦନ୍ତ କରି ପ୍ରକୃତ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ପୁଲିସ।

ସମ୍ବନ୍ଧିତ ଖବର