ନିଜ ଛୁଆର ଜୀବନକୁ ବିପଦରେ ପକାଇ ଯାତ୍ରା କରୁଛନ୍ତି ଦମ୍ପତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଙ୍ଗାଲୁରୁର ହ୍ୱାଇଟ୍‌ଫିଲ୍‌ଡ ଅଞ୍ଚଳର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖିବାପରେ ‌ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରି ଛୋଟପିଲାଙ୍କ ଜୀବନ ସହିତ ଏମିତି ଖେଳ ନଖେଳିବା ପାଇଁ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି।

ଭାଇରାଲ ହୋଇଥିବ‌ା ଭିଡିଓରେ ଦେଖିବାକୁ ମିଳୁଛି, ଏକ ଦମ୍ପତି ରାତିରେ ସ୍କୁଟି ନେଇ ଯାଉଛନ୍ତି। ସ୍ୱାମୀ ସ୍କୁଟି ଚଲାଉଥିବା ବେଳେ ସ୍ତ୍ରୀ ପଛରେ ବସିଛନ୍ତି। ଏଥିସହିତ ମହିଳା ତାଙ୍କ ଛୋଟ ପୁଅକୁ ଫୁଟ୍‌-ରେଷ୍ଟରେ ଛିଡ଼ା କରାଇ ନେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ କାର ଚାଳକ ରେକର୍ଡ କରି ନେଇଥିଲେ।

 

ସୋସିଆଲ ମିଡିଆରେ ଏହା ପୋଷ୍ଟ ହେବାପରେ ବ୍ୟବହାରକାରୀମାନେ ଉକ୍ତ ଦମ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ନିକଟ‌ରେ ଦାବି କରିଛନ୍ତି। ଏଥିସହିତ ବାପା-ମା’ ଛୁଆଙ୍କ ସୁରକ୍ଷାକୁ ପ୍ରଥମେ ପ୍ରାଧାନ୍ୟ ଦେଉଥିବା ବେଳେ ଏହି ଦମ୍ପତି ନିଜ ଛୁଆକୁ ଧରି ଏଭଳି ଅସୁରକ୍ଷିତ ଯାତ୍ରା କିପରି କରି ପାରିଲେ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର