ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ମହିଳା ଫ୍ଲିପକାର୍ଟର ବିଗ ବିଲିୟନ ଡେ’ରେ ଆଇଫୋନ୍ ୧୫ର ୨୫୬ଜିବି ଭାରିଆଣ୍ଟ ଅର୍ଡର କରିଥିଲେ । ଠକାମିର ଶିକାର ନହେବା ପାଇଁ ସେ ଓପନ୍ ବକ୍ସ ଡେଲିଭରୀ(ଓବିଡି) ବିକଳ୍ପ ଚୟନ କରିଥିଲେ | ହେଲେ ଯେତେବେଳେ ଡେଲିଭରି ବଏ ପହଞ୍ଚିଲା, ସେ ଫୋନ ଡେଲିଭର କରିବା ପୂର୍ବରୁ ବକ୍ସ ଖୋଲିବାକୁ ମନା କରିଦେଲା | ସନ୍ଦେହ ହେବାରୁ ମହିଳା ଓ ତାଙ୍କ ଭାଇ ଭିଡିଓ ରେକର୍ଡିଂ କରିବା ଆରମ୍ଭ କରିଥିଲେ । ଏହା ଦେଖି ଅନ୍ୟ ଜଣେ ଯୁବକ ଆସି ଫୋନ ଥିବା ବକ୍ସ ଡେଲିଭର କରିଥିଲା ବୋଲି ଜଣାଯାଇଛି।
ସୂଚନା ମୁତାବକ, ଡେଲିଭରି ବଏ ଏକ ବଡ଼ ବକ୍ସ ଧରି ଡେଲିଭର କରିବାକୁ ଆସିଥିଲେ। ଅର୍ଡର କରିଥିବା ମହିଳା ବକ୍ସ ଖୋଲି ଭିତରେ ଅର୍ଡର କରିଥିବା ଜିନିଷ ଅଛି କି ନାହିଁ ଦେଖାଇବାକୁ କହିଥିଲେ। ହେଲେ ଡେଲିଭରୀ ବଏ ଏଭଳି କରିବାକୁ ମନା କରିଦେଇଥିଲେ। ଏହା ଶୁଣି ମହିଳା ଓ ତାଙ୍କ ଭାଇ ଭିଡିଓ ରେକର୍ଡିଂ କରିବା ଆରମ୍ଭ କରିଥିଲେ। ମନରେ ଡର ଆସିବାରୁ ଠକଜଣକ ଅଜଣା ଯୁବକଙ୍କୁ କଲ୍ କରିବାରୁ ଅଜଣାଯୁବକ କହିଥିଲେ, ଏହି ଅର୍ଡରରେ ଓପନ୍ ବକ୍ସ ଡେଲିଭରୀ(ଓବିଡି) ବିକଳ୍ପ ନଥିଲା। ଏହା ଶୁଣି ବି ମହିଳାଜଣକ ନିଜ ଜିଦରେ ଅଡି ବସିଥିଲେ ଏବଂ ପାର୍ସଲ ଗ୍ରହଣ କରିନଥିଲେ। କିଛି ସମୟ ଏଭଳି ଚାଲିବା ପରେ ଅନ୍ୟ ଜଣେ ଡେଲିଭରୀ ବଏ ଆସି ମହିଳାଙ୍କୁ ତାଙ୍କ ଫୋନ ଥିବା ପାର୍ସଲ ଦେଇଥିଲେ ବୋଲି ଜଣାଯାଇଛି।
ନିଜ ସହ ଘଟିଥିବା ଘଟଣାକୁ ବିଷୟରେ ଜଣାଇ ମହିଳାଜଣକ ପାର୍ସଲ ଗ୍ରହଣ କରିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/hVDbmd03x50xP7bNvVNV.jpg)