ଭଦ୍ରକ ଧାମନଗର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅର୍ନ୍ତତ ଦହିପୁର ପଞ୍ଚାୟତର ତାଳସିଠା ଗାଁ’ରେ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଆ ମହାନ୍ତିକୁ ଆଜି ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ। ଏଥିସହିତ ଝିଅର ବାପାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ ଯେ, ମୃତ୍ୟୁବରଣ କରିଥିବା ମହିଳାଙ୍କ ନାବାଳିକା ଝିଅକୁ ଧରମପୁଅ ଜଣକ ଦୁଷ୍କର୍ମ କରୁଥିବା ଦେଖି ପକାଇଥିଲେ ମହିଳା ଜଣକ। ନିଜର ନାବାଳିକା ଝିଅ ସହ ଧରମ ପୁଅର ସମ୍ପର୍କ ଥିବା ନେଇ ଜାଣିବା ପରେ ଅସନ୍ତୋଷ ଜାହିରି କରିଥିଲେ ମୃତ ମହିଳା ଜଣକ। ଏହା ଜାଣିବା ପରେ ଝରମପୁଅ ଜଣକ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ତାଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଥିଲା। ହତ୍ୟା କରିବା ପରେ ମୁଖ୍ୟ ଅଭିଯୁକ୍ତ ଧମରପୁଅ ବାବୁଆ ମହାନ୍ତି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର