ମଥାରେ ସିନ୍ଦୂର ଭରି ନର୍ସଙ୍କୁ ବିବାହ କରି କାହାକୁ କହିବନି ବୋଲି କହିଲେ ଡ଼ାକ୍ତର, ନର୍ସ ଗର୍ଭବତୀ ହେବାରୁ କଲେ ଏଭଳି କାମ
ଭାଗଲପୁର(ବିହାର) : ଜେଏଲ୍ଏନ୍ଏମ୍ସିଏଚ୍ର ଜଣେ ଏ-ଗ୍ରେଡ୍ ନର୍ସ ପିଜି ସର୍ଜରୀ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ଡ଼ାକ୍ତର ବିବେକ କୁମାରଙ୍କ ଉପରେ ବିବାହ କରି ଯୌନ ଶୋଷଣ ଏବଂ ଜୋର ଜବରଦସ୍ତ ଗର୍ଭପାତ କରିବାର ଅଭିଯୋଗ ଆଣିଛନ୍ତି । ପୀଡ଼ିତା ବରାରୀ ଥାନାରେ ଅଭିଯୁକ୍ତ ବିବେକ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପାଇ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ,ବିବେକ ବିବାହର ପ୍ରତିଶ୍ରୁତି ଦେଇ ଆନୁଷ୍ଠାନିକ ଭାବରେ ବିବାହ କରିବା ପରିବର୍ତ୍ତେ ଏକ ଘର ଭଡ଼ା ନେଇ ସେଠାରେ ମୋ ମଥାରେ ସିନ୍ଦୂର ପିନ୍ଧାଇଥିଲେ । ଏବେ ଆମର ବିବାହ ହୋଇଗଲା କିନ୍ତୁ କାହାକୁ କହିବ ନାହିଁ ବୋଲି ବିବେକ ମୋତେ କହିଥିଲେ । ବର୍ଷେ ପର୍ଯ୍ୟନ୍ତ ସବୁ ଠିକ୍ ଚାଲିଥିଲା । ଆମେ ଦୁହେଁ ସ୍ୱାମୀ-ସ୍ତ୍ରୀ ଭଳି ରହିବାକୁ ଲାଗିଥିଲୁ । ଆମ ସଂପର୍କ ବିଷୟରେ କେହି ଜାଣି ପାରି ନଥିଲେ । କିଛି ଦିନ ପରେ ମୁଁ ଗର୍ଭବତୀ ଥିବା ଜାଣି ଔଷଧ ଦେଇ ମୋର ଗର୍ଭପାତ କରାଇଥିଲେ । ମୁଁ ବିରୋଧ କରିବାରୁ ମୋତେ ଓ ମୋ ମା’ଙ୍କୁ ଯୌତୁକ ଦରକାର । ଯୌତୁକ ଦେଲେ ଯାଇ ବିବାହ କରିବି ବୋଲି କହିଥିଲେ ବିବେକ । ପରେ ଘର ଲୋକଙ୍କ କଥା ଶୁଣି ବିବେକ ମୋ ସହ ରହିବା ଛାଡ଼ିଦେଲେ । ପୁଅ ମୋର ଡ଼ାକ୍ତର, ମୁଁ ନର୍ସ ସହ ବିବାହ କେବେ କରାଇବି ନାହିଁ ବୋଲି ତାଙ୍କ ମା’ କହିବା ସହ ଜାତିକୁ ନେଇ ମଧ୍ୟ ଅନେକ କଥା କହିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ଏତେ ସବୁ ହେବା ପରେ ବିବେକ ଦ୍ୱିତୀୟ ବିବାହ କରୁଥିବା ଜାଣିବା ପୀଡ଼ିତା ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।