ଉଚ୍ଚପଦସ୍ଥ ଅଧିକାରୀ ଓ ୬ଜଣ ସହଯୋଗୀଙ୍କ ଉପରେ ‘ବ୍ଲାକମେଲିଂ’ ଅଭିଯୋଗ ଆଣି ଆତ୍ମହତ୍ୟା କଲେ ବିଏଚ୍‌ଇଏଲ୍‌ର ମହିଳା କର୍ମଚାରୀ

ନୂଆଦିଲ୍ଲୀ : ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ୍‌ କମ୍ପାନିର ଜଣେ ମହିଳା ଅକାଉଣ୍ଟାଣ୍ଟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ବେଳେ ସୁଇସାଇଡ୍‌ ନୋଟ୍‌ରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଓ ୬ଜଣ ସହଯୋଗୀଙ୍କୁ ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି । ପୀଡ଼ିତାଙ୍କ ସ୍ୱାମୀ ମଧ୍ୟ ସମାନ ଅଭିଯୋଗ ଆଣିବା ପରେ ପୁଲିସ ୭ଜଣଙ୍କ ବିରୋଧରେ ଧାରା ୩୦୬ଅନୁଯାୟୀ ଏତଲା ରୁଜୁ କରିଛି । ତେବେ ପୀଡ଼ିତା ନିଜର ଶେଷ ଚିଠିରେ କରିଥିବା ଅଭିଯୋଗ ଉପରେ ଏବେ ପୁଲିସ ତଦନ୍ତ କରିବା ଆରମ୍ଭ କରିଛି ।

पुलिस ने दर्ज किया केस
oneindia.com

ସୂଚନା ମୁତାବକ, ଭୋପାଳରେ ନିଜ ପରିବାର ସହ ରହୁଥିଲେ ପୀଡ଼ିତା ନେହା ମିୟାପୁର । ଗୁୁରୁବାର ସକାଳ ସମୟରେ ଘରେ କେହି ନଥିବା ବେଳେ ସେ ପଙ୍ଖାରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ସ୍ୱାମୀ ଓ ଶଶୁର ଆସିବା ପରେ ନେହାଙ୍କ ମୃତଦେହ ଝୁଲୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପାଖରେ ପଡ଼ିଥିବା ସୁଇସାଇଡ୍‌ ନୋଟ୍‌ରେ ସେ ବିଏଚ୍‌ଇଏଲ୍‌ର ଡିଜିଏମ୍‌ ର‍୍ୟାଙ୍କ ଅଧିକାରୀ କିଶୋର କୁମାର ଓ ୬ଜଣ ସହାଯୋଗୀ ତାଙ୍କ ଫୋନ ହ୍ୟାକ୍‌ କରିବା ସହ ବ୍ଲାକ୍‌ମେଲ କରୁଥିବାର ଅଭିଯୋଗ କରିଥିଲେ । ଅଫିସରେ ନେହାଙ୍କୁ ଦେଖି ଅଶ୍ଲୀଳ ଟିପ୍ପଣୀ ଦେବା ସହ ତାଙ୍କର ସମସ୍ତ ଫୋନ କଲ୍‌କୁ ହ୍ୟାକ୍‌ କରି ନେଇଥିଲେ । ବାରମ୍ବାର ଏପରି ହେବାରୁ ଅବସାଦଗ୍ରସ୍ତ ହୋଇ ନେହା ଏଭଳି ପଦକ୍ଷେପ ନେଉଥିବା କଥା ନିଜ ଶେଷ ଚିଠିରେ ଲେଖିଛନ୍ତି ।

ସମ୍ବନ୍ଧିତ ଖବର