ବିବାହ ପରେ ବି ପ୍ରେମିକ ସହ ସମ୍ପର୍କ ରଖୁଥିଲା ସ୍ତ୍ରୀ, ସହି ନପାରି ଜୀବନ ହାରିଲେ ସ୍ବାମୀ

ନୂଆଦିଲ୍ଲୀ: ପତ୍ନୀଙ୍କ ଅବୈଧ ସମ୍ପର୍କକୁ ନେଇ ଜୀବନ ହାରିଲେ ହୋଟେଲ ମାଲିକ। ଟ୍ରେନ ଆଗକୁ ଡେଇଁ ହୋଟେଲ ମାଲିକଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ହୋଟେଲ ମାଲିକ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ରେକର୍ଡ କରିଥିଲେ। ଏଥିରେ ସେ କହିଛନ୍ତି ଯେ ମୋ  ପତ୍ନୀ ଏବଂ ତାଙ୍କ ପତ୍ନୀଙ୍କ ପ୍ରେମିକ ସବୁବେଳେ ମୋତେ ଧମକ ଦେଉଥିଲେ ଏବଂ ପତ୍ନୀ ମୋତେ ମାଡ଼ ମାରୁଥିଲେ। ଏସବୁକୁ ସହି ନପାରି ମୁଁ ଆତ୍ମହତ୍ୟା କରୁଛି। ମୃତକଜଣକ ୪୨ବର୍ଷୀୟ କମଲ କଲବାନୀ ବୋଲି ଜଣାପଡ଼ିଥିବା ବେଳେ ଘଟଣାଟି ଘଟିଛି ରାଜସ୍ଥାନର ଭିଲୱାଡାରେ ।

ସୂଚନା ମୁତାବକ, ମୃତକଙ୍କ ମୋବାଇଲରୁ ପୁଲିସକୁ ଏକ ଭିଡିଓ ମିଳିଛି। ଏଥିରେ ସେ ତାଙ୍କ ପତ୍ନୀଙ୍କ ଅବ‌ୈଧ ସମ୍ପର୍କକୁ ନେଇ ଭାଙ୍ଗିପଡ଼ିଥିବା କହିଛନ୍ତି। ଭିଡିଓରେ ଯୁବକଜଣକ କହିଛନ୍ତି ଯେ, ବିବାହ ପରେ ପ୍ରେମିକଙ୍କ ସହ ପତ୍ନୀଙ୍କ ସମ୍ପର୍କ ଥିଲା। ମୁଁ ଦୁହିଁଙ୍କୁ ସାଙ୍ଗରେ ଧରିଥିଲି। ହେଲେ ମୋ ପତ୍ନୀ କହିଲେ, ତୁମେ କିଛି କରିପାରିବ ନାହିଁ। ମହିଳାଙ୍କ ପାଇଁ ସବୁ ନିୟମ ରହିଛି। ମୁଁ ମୋ ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ଧରିବା ପରଠାରୁ ମୋ ଉପରେ ଅତ୍ୟାଚାର ବଢ଼ିଯାଇଥିଲା। ମୋତେ ମାଡ଼ ମାରିବା ସହ ମୋ ସହ ଝଗଡ଼ା କରୁଥିଲେ ପତ୍ନୀ। ଏସବୁକୁ ନେଇ ମୁଁ ଅତିଷ୍ଠ ହୋଇ ଆତ୍ମହତ୍ୟାର ବାଟ ବାଛିବାକୁ ବାଧ୍ୟ ହୋଇଛି। ଏ ଘଟଣା ଘଟିବା ପରେ କମଲଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି।

ତେବେ ୧୮ବର୍ଷ ପୂର୍ବେ କମଲଙ୍କ ବିବାହ ହୋଇଥିଲା। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି।

 

ସମ୍ବନ୍ଧିତ ଖବର