୮ବର୍ଷୀୟା ପୀଡ଼ିତା ସହ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଅଭିଯୁକ୍ତକୁ ଫାଶି ଦଣ୍ଡ, ୩୨ଦିନ ମଧ୍ୟରେ ରାୟ ଶୁଣାଇଲେ ଅଦାଲତ

ଭୋପାଳ : ଭୋପାଳ ଜିଲ୍ଲା ଅଦାଲତ ଏକ ପ୍ରଶଂସନୀୟ ପଦକ୍ଷେପ ନେଇ ଏବେ ଚର୍ଚ୍ଚାରେ । ୮ବର୍ଷୀୟା ପୀଡ଼ିତାଙ୍କ ସହ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଥିବା ବେଳେ ଘଟଣାର ୩୨ଦିନ ମଧ୍ୟରେ ଅଦାଲତ ଅଭିଯୁକ୍ତ ବିଷ୍ଣୁ ପ୍ରସାଦଙ୍କୁ ଫାଶି ଦଣ୍ଡ ଶୁଣାଇଛନ୍ତି । ଏତେ କମ ଦିନ ମଧ୍ୟରେ ଅଭିଯୁକ୍ତକୁ ଦଣ୍ଡ ଦିଆଯିବା ପରେ ଭୋପାଳରେ ଦୁଷ୍କର୍ମ ସଂଖ୍ୟା କମିବ ବୋଲି ଆଶା କରାଯାଉଛି ।

Telegraph India

ସୂଚନା ମୁତାବକ, ଜୁନ୍‌ ୮ତାରିଖରେ ପୀଡ଼ିତାଙ୍କ ସହ ବିଷ୍ଣୁ ଦୁଷ୍କର୍ମ କରିବା ସହ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିଲେ । ପରଦିନ ପରିବାର ଲୋକେ ଖୋଜା ଖୋଜି କରିବା ପରେ ନାଳରୁ ପୀଡ଼ିତାଙ୍କ ଶବ ଉଦ୍ଧାର କରାଯାଇଥିଲା । ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ ତୁରନ୍ତ ତଦନ୍ତ କରି ଅଭଯୁକ୍ତକୁ ଗିରଫ କରିଥିଲା ପୁଲିସ । ମାମଲା ଅଦାଲତକୁ ଯିବା ପରେ ବିଚାରପତି କୁମୁଦନୀ ପଟେଲ ଫାଶି ଦଣ୍ଡ ଶୁଣାଇଥିଲେ ।

ସମ୍ବନ୍ଧିତ ଖବର