ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଭୋପାଳର ଭିନ୍ନଭିନ୍ନ ସ୍ଥାନରେ ତିନିଜଣ ମହିଳା ଯୌତୁକ ପାଇଁ ଜୀବନ ହାରି ଦେଇଥିବା ମୃତକଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି।

Advertisment

କାଜଲ ଗୁପ୍ତା ନାମକ ମହିଳାଙ୍କ ମା’ ନିତୁ ଅଭିଯୋଗ କରି କହିଛନ୍ତି, ‘ ମୋ ଝିଅର ବିବାହ ସୋନୁ ଗୁପ୍ତାଙ୍କ ସହିତ ହୋଇଥିଲା। ବିବାହ ହେବାର କିଛିଦିନ ପରେ ସୋନୁ ଓ ତାଙ୍କ ପରିବାର କାଜଲକୁ ‌ଯୌତୁକଜନିତ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ଆମେ ବି ଜ୍ବାଇଁଙ୍କୁ ବହୁତ ବୁଝାଇଥିଲୁ। କିଛିଦିନ ହେବ ସୋନୁ କାଜଲଙ୍କୁ ‌ଯୌତୁକ ବାବଦକୁ ଏକ ବାଇକ ଦାବି କରିକରି ବିରକ୍ତ କରି ଦେଇଥିଲେ।

ବାଧ୍ୟ ହୋଇ କାଜଲ ସୋନୁଙ୍କୁ ଏକ ଫୋନ କିଣିକି ବି ଦେଇଥିଲା। କିନ୍ତୁ ସେ ବାଇକ ଜିଦରେ ଅଟଳ ଥିଲେ। ଶେଷରେ କାଜଲ ସ୍ବାମୀ ଆଉ ତାର ଶାଶୁଘରଲୋକଙ୍କ ‌ଯୌତୁକ ନିର୍ଯାତନା ସହି ପାରିଲା ନାହିଁ। କାହାକୁ କିଛି ନଜଣାଇ ଜୀବନ ହାରିବାକୁ ବାଧ୍ୟ ହୋଇଥିଲା। 

କାଜଲର ବିବାହକୁ ବର୍ଷେ ପୁରିବାକୁ ଆଉ ମାତ୍ର ୧୨ଦିନ ବାକି ଥିବାବେଳେ ସେ ଆମ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲିଗଲା।’

ସେହିପରି ଭୋପାଳରେ ଅନ୍ୟ ଜଣେ ମହିଳା ରୋଗରେ ପୀଡ଼ିତ ହେତୁ ଜୀବନ ହାରି ଦେଇଛନ୍ତି। କାରଣ ରୋଗରେ ପୀଡ଼ିତ ‌ହେବାପରେ ତାଙ୍କ ସ୍ବାମୀ ତାଙ୍କ ଠାରୁ ଅଲଗା ରହୁଥିଲେ।