ନୂଆଦିଲ୍ଲୀ: ସ୍ପା ସେଣ୍ଟର ନାମରେ ଚାଲିଥିବା ଦେହବ୍ୟବସାୟର ଖୁଲାସା ହୋଇଛି। ସ୍ପା ସେଣ୍ଟରଗୁଡ଼ିକରେ ଦେହବ୍ୟବସାୟ ଚାଲିଥିବା ନେଇ ଅନେକଦିନ ହେବ ଅଭିଯୋଗ ହୋଇ ଆସୁଥିଲା। ପୁଲିସ ଏହି ଘଟଣାରେ ଏକାସାଙ୍ଗରେ ଅନେକ ସ୍ପା ସେଣ୍ଟର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସର ୨୫୦ଜଣ କର୍ମଚାରୀ ନିୟୋଜିତ ଥିଲେ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗତ ଶନିବାର ଜାନୁଆରି ୪ ତାରିଖରେ ଚାରିଟି ସ୍ଥାନରେ ୧୮ ଟି ସ୍ପା କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା। ଏଥିପାଇଁ ୨୫୦ଜଣ ପୁଲିସ କର୍ମଚାରୀଙ୍କୁ ଏହି ଅପରେସନରେ ସାମିଲ କରାଯାଇଥିଲା। ସ୍ପା ସେଣ୍ଟରରେ କରାଯାଇଥିବା ଚଢ଼ାଉ ପରେ ପୁଲିସ ୩୩ଜଣ ପୁରୁଷ ଏବଂ ୩୫ଜଣ ମହିଳାଙ୍କୁ ଗିରଫ କରିଛି।
ପୁଲିସର ସୂଚନାନୁସାରେ, କେତେକ ସ୍ପା ସେଣ୍ଟର ପରିସରରେ ଦେହବ୍ୟବସାୟ ସମେତ ଆପତ୍ତିଜନକ କାର୍ଯ୍ୟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା। ଏହି ଅଭିଯୋଗଗୁଡିକୁ କେନ୍ଦ୍ର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରାଇମବ୍ରାଞ୍ଚର ଅଧିକାରୀ, ମହିଳା ଥାନା ଏବଂ ଉକ୍ତ ଅଞ୍ଚଳର ଅନେକ ପୁଲିସ ଷ୍ଟେସନର ପୁଲିସ କର୍ମଚାରୀଙ୍କୁ ନେଇ ମିଳିତ ଅପରେସନ ଆରମ୍ଭ କରା ଯାଇଥିଲା। କମଲା ନଗର, ଏମପି ନଗର, ହବିବଗଞ୍ଜ ଏବଂ ବାଗ ସେୱାନିଆ ସମେତ ଚାରିଟି ସ୍ଥାନରେ ପୁଲିସ ଚଢ଼ାଉ କରିଥିଲା।