ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଦେଖିବାକୁ ମିଳିିଛି ଏକ ଅଭାବନୀୟ ଘଟଣା। ଭୋପାଳର ଜଣେ ନାବାଳିକା ଗତ ୩ ମାସ ହେବ ନିଜ ସାବତ ବାପ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଆସୁଥିବା ଜାଣିବାକୁ ମିଳିଛି। ସହରର ଗାନ୍ଧୀଗନରରେ ଏପରି ଘଟିବା ପରେ ମାମଲା ରୁଜ୍ଜୁ ହୋଇଛି। ଚାଇଡ୍ଲାଇନ୍ ଜରିଆରେ ପୀଡ଼ିତା ପୁଲିସ୍ ନିକଟରେ ପହଞ୍ଚିବା ପରେ ପୁଲିସ୍ ମାମଲା ରୁଜ୍ଜୁ କରିଛି।
ପୀଡ଼ିତା ନାବାଳିକା ଯାହା ଘରେ ଗୃହ ସହାୟିକା ଭାବେ କାମ କରୁଥିଲେ ସେମାନେ ଚାଇଲ୍ଡଲାଇନ୍କୁ ଖବର ଦେବା ପରେ ସତ ଉପରୁ ପରଦା ହଟିଥିଲା। ଚାଇଲ୍ଡ ହେଲ୍ପଲାଇନ୍ ନାବାଳିକାକୁ ନେଇ ପୁଲିସ୍ ନିକଟରେ ଅଭିଯୋଗ ଲେଖାଇବା ପରେ ପୁଲିସ୍ ପୀଡ଼ିତାକୁ ପଚରାଉଚରା କରିଥିଲା।
ପୁଲିସ୍ ପଚରାଉଚରା କରିବା ପରେ ପୀଡ଼ିତା ନାବାଳିକା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ସାବତ ବାପା ତାଙ୍କ ସହ ପର୍ଣ୍ଣୋଗ୍ରାଫିକ୍ ଭିଡିଓ ଦେଖିବା ପାଇଁ ନାବାଳିକାଙ୍କୁ ବାଧ୍ୟ କରୁଥିଲେ। ଭିଡିଓ ଦେଖିବା ପରେ ତାଙ୍କ ସହ ଦୁଷ୍କର୍ମ କରୁଥିଲେ। ଏପରି ଲଗାତାର ୩ ମାସ ଧରି ହୋଇ ଆସୁଥିଲା।