ଭୋପାଳ: ଭୋପାଳରେ ଏକ କଲେଜ ହଷ୍ଟେଲରୁ ଜଣେ ଯୁବତୀଙ୍କୁ ଜୋର ଜବରଦସ୍ତ ବାହାର କରାଯିବା ଘଟଣାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଯୁବତୀ ଜଣକ ମଧ୍ୟମ ଅବସାଦଗ୍ରସ୍ତ ବିକାର ଥିବା ଜଣା ପଡ଼ିବା ପରେ ସେ ପ୍ରେସ୍କ୍ରିପ୍ସନ୍ ଦେଖାଇ ସପ୍ତାହେ ଛୁଟି ପାଇଁ ଆବେଦନ କରିଥିଲେ । କିନ୍ତୁ ତାଙ୍କୁ ଛୁଟି ଦେବା ପରିବର୍ତ୍ତେ ହଷ୍ଟେଲରୁ ବାହାର କରି ଦିଆ ଯାଇଥିଲା । ଏ ନେଇ ବିବାଦ ଆରମ୍ଭ ହେବା ପରେ ମିଛ ପ୍ରେସ୍କ୍ରିପ୍ସନ୍ ଦେଇ ଯୁବତୀ ଛୁଟି ମାଗୁଥିବା କହି ରିଜିଓନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ ତରଫରୁ ସଫେଇ ଦିଆ ଯାଇଛି । ଯୁବତୀଙ୍କ ପ୍ରେସ୍କ୍ରିପ୍ସନ୍ର ଫଟୋ ପିଞ୍ଜରା ତୋଡ୍ ନାମକ ଏକ ସଂସ୍ଥା ଫେସ୍ବୁକ୍ରେ ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି ।
/sambad/media/post_attachments/wp-content/uploads/2019/04/sadhguru-isha-wisdom-article-image-what-is-the-reason-for-rape-youth-and-truth-1-300x180.jpg)
କରାଯାଇଥିବା ପୋଷ୍ଟ ଅନୁଯାୟୀ, ପୀଡ଼ିତା ଦେଇଥିବା ପ୍ରେସ୍କ୍ରିପ୍ସନ୍କୁ ମିଛ ବୋଲି ଦର୍ଶାଇ ଷ୍ଟେଲରୁ ତାଙ୍କୁ ବାହାର କରି ଦିଆ ଯାଇଥିଲା । ପୂର୍ବରୁ ଅନେକ ପିଲା ବାହାରକୁ ବୁଲିଯିବା ପାଇଁ ମିଛ ପ୍ରେସ୍କ୍ରିପ୍ସନ୍ ଦେଉଥିବା ବେଳେ ପୀଡ଼ିତା ଦେଇଥିବା ପ୍ରେସ୍କ୍ରିପ୍ସନ୍କୁ ମିଛ ବୋଲି ଭାବି ହଷ୍ଟେଲରୁ ତାଙ୍କୁ ଜୋରଜବରଦସ୍ତ ବାହାର କରି ଦିଆ ଯାଇଥିଲା । ପୀଡ଼ିତା ବାହାର ନ କରିବା ପାଇଁ ନେହୁରା ହେବାରୁ ପୀଡ଼ିତାଙ୍କ ବାପାଙ୍କୁ ଡ଼କାଇ ସବୁ ଘଟଣା ବିଷୟରେ ହଷ୍ଟେଲ ପ୍ରଶାସକ ଜଣାଇଥିଲେ । ଏହା ସହ ପୁଲିସରେ ଅଭିଯୋଗ କରିବାକୁ ମଧ୍ୟ ଧମକ ଦେଇଥିଲେ । ସବୁ ଜାଣି ପୀଡ଼ିତା ଦେଇଥିବା ପ୍ରେସ୍କ୍ରିପ୍ସନ୍ ମିଛ ନୁହେଁ ବୋଲି ତାଙ୍କ ବାପା ଜଣାଇବା ସହ ଜାଣି ଶୁଣି ତୁମେମାନେ ଏପରି କରୁଥିବା କହିବାରୁ ହଷ୍ଟେଲ ପ୍ରଶାସନ ମାମଲାକୁ ଅଦାଲତକୁ ନେବା ପାଇଁ ଧମକ ଦେଇଥିବା କରାଯାଇଥିବା ପୋଷ୍ଟରୁ ଜାଣିବାକୁ ମିଳିଛି।