ବାଣୀବିହାର ଛକ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ସ୍ଥାନମାନଙ୍କରୁ ଅନ୍ୟତମ ବାଣୀବିହାର ଛକରେ ବୁଧବାର ଜଣେ ଲୋକଙ୍କୁ ଭୟଙ୍କର ଆକ୍ରମଣ ହୋଇଛି। କଟକ ଯିବା ପାଇଁ ବାଣୀବିହାର ବସ ଷ୍ଟପେଜରେ ଅପରାହ୍ନ ପ୍ରାୟ ୧ଟା ୪୫ରେ ଶହ ଶହ ଲୋକ ଛିଡ଼ା ହୋଇଥିବା ବେଳେ କାହାରିକୁ ଖାତିର ନକରି ଦୁବୃର୍ତ୍ତମାନେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତ୍ରକ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଦ୍ୱାରା ବାଣୀବିହାର ପୁଲିସକୁ ସୂଚନା ମିଳିବା ପରେ ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖା ଯିବା ବେଳକୁ ଦୁବୃର୍ତ୍ତମାନଙ୍କୁ ଧରାଯାଇ ନଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କର ପରିଚୟ ମିଳି ପାରି ନାହିଁ।

ସୂଚନାଯୋଗ୍ୟ ରାଜଧାନୀ ଭୁବନେଶ୍ୱରରେ କମିସନରେଟ ପୁଲିସ ବ୍ୟବସ୍ଥା ଥିଲେ ମଧ୍ୟ ଲୋକେ ସୁରକ୍ଷିତ ଯାତ୍ରା କରି ପାରୁ ନାହାଁନ୍ତି। ଏଠି ସାଧାରଣ ଲୋକ କିଏ କେତେବେଳେ ବି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇ ପାରେ। ପ୍ରତକ୍ଷଦର୍ଶୀଙ୍କ କହିବା ଅନୁସାରେ ସ୍ପଷ୍ଟ ଦିବାଲୋକରେ ହେଉଥିବା ଏଭଳି ଘଟଣା ପୁଲିସର ଦୁର୍ବଳତାକୁ ପ୍ରମାଣିତ କରୁଛି।
k

ସମ୍ବନ୍ଧିତ ଖବର