୮୦ବର୍ଷୀୟା ବୃଦ୍ଧାଙ୍କ ସହ ଦୁଷ୍କର୍ମ କଲା ୧୫ବର୍ଷୀୟ ନାବାଳକ

ମଧୁବନି: ବିହାରର ମଧୁବନି ଜିଲ୍ଲାରେ ଜନୈକା ୮୦ବର୍ଷୀୟା ବୃଦ୍ଧା ଜନୈକ ୧୫ବର୍ଷୀୟ ନାବାଳକ ଦ୍ୱାରା ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଅପରାଧ ପରେ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣା ପଡ଼ିଛି । ଅଭିଯୁକ୍ତ ପୀଡ଼ିତାଙ୍କ ଦୂର ସଂପର୍କୀୟ ଏବଂ ପଡ଼ୋଶୀ ଥିଲେ ।

Pakistan Today

ପୀଡ଼ିତାଙ୍କ ବୋହୁ କରିଥିବା ଅଭିଯୋଗ ଅନୁଯାୟୀ, ରାତିରେ ସବୁ ଶୋଇବା ପରେ ଅଭିଯୁକ୍ତ ଘରକୁ ଆସି ଶାଶୁଙ୍କ ସହ ଦୁଷ୍କର୍ମ କରିଥିଲା । ସାହାଯ୍ୟ ପାଇଁ ସେ ଯେମିତି କାହାକୁ ଡ଼ାକି ନ ପାରନ୍ତି, ସେଥି ପାଇଁ ତାଙ୍କ ମୁହଁରେ କପଡ଼ା ଦେଇ ଦେଇଥିଲେ । କିନ୍ତୁ ଶାଶୁଙ୍କ କାନ୍ଦିବା ଶବ୍ଦ ଶୁଣି ଆମେ ଉଠିବା ସହ ଅଭିଯୁକ୍ତକୁ କାବୁ କରି ନେଇଥିଲୁ । ଯାହା ପରେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ପୁଲିସ ଅନୁଯାୟୀ, ଅଭିଯୁକ୍ତ ନିଜକୁ ନାବାଳକ ବୋଲି କହୁଥିବା ବେଳେ ପୀଡ଼ିତାଙ୍କ ବୋହୁ ଏହାକୁ ମିଛ ବୋଲି କହିଛନ୍ତି । ତେବେ ଏ ବିଷୟରେ ଜାଣିବା ପାଇଁ ଅଭିଯୁକ୍ତର ଡ଼ାକ୍ତରୀ ପରୀକ୍ଷା କରାଯିବ ।

ସମ୍ବନ୍ଧିତ ଖବର