ଟ୍ରେନରୁ ଯୁବତୀଙ୍କୁ ଜବରଦସ୍ତି ଓହ୍ଲାଇ ଦୁଷ୍କର୍ମ କରିବା ପରେ କଲେ ହତ୍ୟା

ପାଟନା: ବିହାରର ଔରଙ୍ଗାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବତୀଙ୍କୁ ଟ୍ରେନରୁ ଜବରଦସ୍ତ ଓହ୍ଲାଇ କିଛି ଅସାମାଜିକ ଯୁବକ ଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁ‌ହେଁ, ଦୁଷ୍କର୍ମ କରିବା ପରେ ଉକ୍ତ ଯୁବତୀଙ୍କୁ ହତ୍ୟା ବି କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ପ‌ରେ ପରିବାରରେ ଶୋକରଛାୟା ଖେଳି ଯାଇଥିଲା। ପୁଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ଅଭିଯୁକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ମିଳିଥିବା ସୂଚନାନୁସାରେ, ଶୁକ୍ରବାର ରାତିରେ ଔରଙ୍ଗାବାଦ ଜିଲ୍ଲାର ଫେସର ଥାନା ଅଞ୍ଚଳର ଏକ ଗ୍ରାମରୁ ନିଖୋଜ ଥିବା ଯୁବତୀଙ୍କ ମୃତଦେହ ରଫିଗଞ୍ଜ ଥାନା ଅଞ୍ଚଳରୁ ଜବତ ହୋଇଥିଲା। ମୃତଦେହ ଜବତ ହେବାର ଖବର ପାଇବା ପରେ ଗ୍ରାମବାସୀ ଶନିବାର ଦିନ ସଦର ଡାକ୍ତରଖାନାରେ ଉତ୍ତେଜନା କରିଥିଲେ। ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ଝିଅକୁ ଦୁଷ୍କର୍ମ କରିବା ପରେ ପରିଚୟ ଲୁଚାଇବା ଉଦ୍ଦେଶ୍ୟରେ ହତ୍ୟା କରାଯାଇଛି। କୌଣସି ଏକ କାମରେ ଝିଅ ‌ଟ୍ରେନରେ ଯାତ୍ରା କରୁଥିଲା। ଏହି ସମୟରେ କିଛି ଯୁବକ ତାଙ୍କୁ ଏକୁଟିଆ ପାଇ ଟ୍ରେନରୁ ଜବରଦସ୍ତ ଓହ୍ଲାଇ ଥିଲେ। ଆଉ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ମୃତକଙ୍କ ଭାଇ ରାଫିଗଞ୍ଜ ପୁଲିସ ଷ୍ଟେସନରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଯୁବତୀଙ୍କ ସହିତ ଦୁଷ୍କର୍ମ ହୋଇଛି କି ନାହିଁ ନିଶ୍ଚିତ ହେବ । ପୁଲିସ ସବୁ ଦିଗରୁ ଯାଞ୍ଚ କରୁଛି ବୋଲି ରାଫିଗଞ୍ଜ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର