ସ୍ତ୍ରୀ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ମାମଲା ରୁଜୁ କଲେ ସ୍ବାମୀ, ଅସ୍ବୀକାର କଲେ ପତ୍ନୀ

ପାଟ୍‌ନା: ପାଟ୍‌ନାର ଏକ ‌ହୋଟେଲ୍‌ ରୁମ୍‌ରେ ନିଜ ସହକର୍ମୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ବିହାରର ଜଣେ ପୁଲିସ୍‌ କନ୍‌ଷ୍ଟେବଲ୍‌ ଗିରଫ ହୋଇଛନ୍ତି। ଅଭିଯୁକ୍ତ କନ୍‌ଷ୍ଟେବଲ୍‌ ଜଣକ ହେଉଛନ୍ତି ରାଜୀବ କୁମାର। ‌ସେ ସହର୍ଷା ପୁଲିସ୍‌ ଲାଇନ୍‌ରେ ଚାକିରି କରନ୍ତି। ପୀଡ଼ିତା ପ୍ରୀତି (ଛଦ୍ମନାମ) ସସାରାମ ଜିଲ୍ଲାର ମହିଳା ବାଟେଲିୟାନ୍‌ରେ ନିଯୁକ୍ତ ପୁଲିସ କର୍ମଚାରୀ।

ପ୍ରୀତିଙ୍କ ସ୍ବାମୀ କନ୍‌ଷ୍ଟେବଲ୍ ରାଜୀବ କୁମାରଙ୍କ ନାମରେ ଏକ ମାମଲା ରୁଜୁ କରିବା ପରେ ପୁଲିସ୍‌ ରାଜୀବ ଥିବା ହୋଟେଲ୍‌ ଉପରେ ଚଢ଼ାଉ କରି ଧରିଥିଲା। ମାତ୍ର ପୀଡ଼ିତା ନିଜେ ଏ ନେଇ କୌଣସି ମାମଲା ରୁଜୁ କରିନାହାନ୍ତି।

ଜାଣିବାକୁ ମିଳିଛି ଯେ ପୀଡ଼ିତା ଜଣକ ରଦାନିବାଗସ୍ଥିତ ପୁଲିସ୍‌ ନିଯୁକ୍ତି କେନ୍ଦ୍ରରେ ଥିବା ବେଳେ ଅଭିଯୁକ୍ତ ତାଙ୍କୁ ଡାକିବାରୁ ସେ ରାଜୀବ ନଗରରେ ଥିବା ଏକ ହୋଟେଲ୍‌କୁ ଯାଇଥିଲେ। ଯେତେବେଳେ ପ୍ରୀତିଙ୍କ ସ୍ବାମୀ ଜାଣିପାରିଲେ ଯେ ପତ୍ନୀ କନ୍‌ଷ୍ଟେବଲ୍ ରାଜୀବଙ୍କ ସହ ହୋଟେଲ୍‌ରେ ଅଛନ୍ତି, ସେ ତୁରନ୍ତ ରାଜୀବ ନଗର ପୁଲିସ୍‌ ଷ୍ଟେସନ୍‌ ଯାଇ ଏକ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ।

ଅନ୍ୟପକ୍ଷେ ପ୍ରୀତିଙ୍କ କହିବାନୁସାରେ ତାଙ୍କ ସହ କୌଣସି ଦୁଷ୍କର୍ମ ହୋଇନାହିଁ। ତାଙ୍କର ଡାକ୍ତରୀ ପରୀକ୍ଷା ପାଇଁ ତାଙ୍କୁ ସରକାରୀ ହସ୍ପିଟାଲ୍‌କୁ ପଠାଯାଇଛି। ତାଙ୍କ ସ୍ୱାମୀ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବା ପରେ ଏହି ଘଟଣା ସର୍ବସାଧାରଣ ହୋଇଥିଲା। ଏବେ ଅଭିଯୁକ୍ତ ପୁଲିସ୍‌ କନ୍‌ଷ୍ଟେବଲ୍‌  ଜେଲ୍‌ରେ। ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର