ସୀତାମାଢ଼ି: ବିହାରର ସୀତାମାଢ଼ି ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ଜଣେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କର ଏକ ଗାଧୁଆ ଘରର ଭିଡିଓ ରଖି ଶାରୀରିକ ସଂପର୍କ ନରଖିଲେ ତାହାକୁ ଭାଇରାଲ୍ କରିଦେବାର ଭୟ ଦେଖାଇଥିଲା ଯୁବକ ଜଣକ।
ଅଭିଯୁକ୍ତ ଯୁବତୀ ଗାଧୋଉଥିବା ବେଳେ ଗୁପ୍ତ ଭାବେ ତା’ର ଭିଡିଓ କରିଥିଲା ଅଭିଯୁକ୍ତ । ସେହି ଭିଡିଓକୁ ନେଇ ସେ ଯୁବତୀକୁ ବ୍ଲାକ୍ମେଲିଂ କରୁଥିଲା। ଯେତେବେଳେ ଯୁବତୀ ଅଭିଯୋଗ ନେଇ ଯୁବକର ଘରକୁ ଗଲେ ତ ରାଗରେ ଆସି ଯୁବକ ଜଣକ ତାଙ୍କ ସହ ଦୁଷ୍କର୍ମ କରିଥିଲା। ସେତିକିରେ କଥା ସରିଯାଉନି, ଏପରିକି ଦିନେ ଯୁବତୀଙ୍କ ମଥାରେ ଜବରଦସ୍ତ ସିନ୍ଦୂର ଭରି ତାଙ୍କର ଫଟୋ ଉଠାଇଥିଲା ଅଭିଯୁକ୍ତ। ସେ ଫଟୋକୁ ନେଇ ବି ଅଭିଯୁକ୍ତ ଜଣକ ବ୍ଲକ୍ମେଲିଂ କରି ଆସୁଥିଲା।
ଏହା ପ୍ରାୟ ଦୁଇ ବର୍ଷ ତଳର କଥା। ହେଲେ ଯୁବକ ନିଜ ପ୍ରକୃତି ଛାଡ଼ି ପାରି ନଥିଲା। ସେ ବାରମ୍ବାର ଯୁବତୀ ଜଣଙ୍କୁ ବ୍ଲକ୍ମେଲିଂ କରିବା ସହ ବିବାହ ପ୍ରସ୍ତାବ ବି ଦେଇଥଲା। ଯୁବତୀ ବାହାହେବାକୁ ମନା କରିବାରୁ ସେ ରାଗରେ ଆସି ଯୁବତୀଙ୍କ ଭିଡିଓ ଭାଇରାଲ୍ କରିଦେଇଛି। ଫଳରେ ଯୁବତୀ ଏବେ ପୁଲିସ୍ ଦୁଆରେ ପହଞ୍ଚିବା ପରେ ପୁଲିସ୍ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୀଡିତା ଜଣକ ଲୋକଲଜ୍ଜା ଭୟରେ ଏତେ ଦିନ ଧରି ଚୁପ୍ ରହିଥିଲେ ବୋଲି ପୁଲିସ୍କୁ କହିଛନ୍ତି। ଯେତେବେଳେ ମାମଲା ସଙ୍ଗୀନ ହେଲା ସେ ବାଧ୍ୟ ହୋଇ ପୁଲିସ୍ର ସାହାଯ୍ୟ ଲୋଡିଛନ୍ତି।