ସାଙ୍ଗ ସହ ବୁଲିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଅସଦାଚରଣ, ପୋଷାକ ଫାଡି ଦେବା ସହ ଉତ୍ତୋଳନ କଲେ ଭିଡିଓ

ଜହାନାବାଦ୍‌ : ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ୩-୪ଯୁବକ ଜଣେ ଯୁବତୀଙ୍କ ସହ ଅସଦାଚରଣ କରୁଥିବାର ଦେଖା ଯାଇଛି । ଭିଡିଓଟି ଭାଇରାଲ ହେବା ପରେ ଏହା ବିହାରରେ ଥିବା ଜହାନାବାଦ୍‌ ଜିଲ୍ଲାର ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଭିଡିଓରେ ଅଭିଯୁକ୍ତମାନେ ଯୁବତୀଙ୍କ ସହ ଅସଦାଚରଣ କରିବା ସହ ସେ ପିନ୍ଧିଥିବା ପୋଷାକ ଫାଡ଼ି ଦେଉଥିବା ଦେଖା ଯାଇଛି । ଏହା ସହ ଅଭିଯୁକ୍ତମାନେ ସେହି ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି, ଯାହା ଏବେ ଭାଇରାଲ ହୋଇଛି ।

oneindia.com

ସୂଚନା ମୁତାବକ, ପୀଡ଼ିତା ନିଜର ଜଣେ ବନ୍ଧୁଙ୍କ ସହ ବାହାରକୁ ବୁଲି ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତମାନେ ପୀଡ଼ିତା ଏବଂ ତାଙ୍କ ବନ୍ଧୁଙ୍କୁ ଅଟକାଇ ମାଡ଼ ମାରିବା ଆରମ୍ଭ କରିଥିଲେ । ଏହା ସହ ପୀଡ଼ିତାଙ୍କ ସହ ଅସଦାଚରଣ ମଧ୍ୟ କରିଥିଲେ । ପୀଡ଼ିତା ତାଙ୍କୁ ଛାଡ଼ିଦେବା ପାଇଁ ନେହୁରା ହୋଇଥିଲେ ମଧ୍ୟ ଅଭିଯୁକ୍ତମାନେ କିଛି ଶୁଣି ନଥିଲେ । ଅନ୍ୟ ପକ୍ଷରେ ଭିଡିଓ ଭାଇରାଲ ହେବା ପରେ ଏହି ମାମଲାର ସମାଧାନ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉପରେ ଚାପ ପକା ଯାଉଛି । ମାମଲା ରୁଜୁ ହୋଇ ସାରିଥିବା ବେଳେ ପୁଲିସ ଏବେ ଭିଡିଓରେ ଦେଖା ଯାଉଥିବା ଯୁବକମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଥିବା କହିଛନ୍ତି ଜହାନାବାଦ୍‌ର ଏସ୍‌ଡିପିଓ ପିବି ଶ୍ରୀବାସ୍ତବ ।

ସମ୍ବନ୍ଧିତ ଖବର