ନୂଆଦିଲ୍ଲୀ: ଚୋରିର ଏହି ଅଜବ ଘଟଣା ବିହାରର ରୋହତାସ ଜିଲ୍ଲାରୁ ସାମ୍ନାକୁ ଆସିଥିଲା। ଚୋରମାନେ ୬୦ ଫୁଟ ଲମ୍ବର ପୋଲ ଚୋରି କରି ନେଇଥିବା ଖବର ମିଳିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ସରକାରୀ ଅଧିକାରୀ ସମେତ ୮ଜଣଙ୍କୁ ଗିରଫ କରାଯାଇଥିବା ପୁଲିସର ଜଣେ ବରିଷ୍ଠ ଅଧିକାରୀ ଏହାର ସୂଚନା ଦେଇଛନ୍ତି।
ଏସପି କହିଛନ୍ତି ଯେ ଅନୁସନ୍ଧାନ ବେଳେ ଆମେ ଜାଣିବାକୁ ପାଇଲୁ ପାଣିପାଗ ବିଭାଗର ଅଧିକାରୀ ଅରବିନ୍ଦ କୁମାରଙ୍କ ନେତୃତ୍ୱରେ ଗ୍ୟାସ କଟର ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟ ପୂର୍ବରୁ ପୋଲକୁ ଭାଙ୍ଗି ଦିଆଯାଇଥିଲା। ପାଣିପାଗ ବିଭାଗର ଅଧିକାରୀ ଅରବିନ୍ଦ କୁମାରଙ୍କୁ ଧରିବା ପରେ ଜଣାପଡ଼ିଥିଲା କି ଏହି ଘଟଣାର ମାଷ୍ଟରମାଇଣ୍ଡ ଅଞ୍ଚଳର ଏସଡିଓ ରାଧେ ଶ୍ୟାମ ସିଂହ। ଏସଡିଓଙ୍କୁ ତାଙ୍କ ସହଯୋଗୀଙ୍କ ସହ ଗିରଫ କରାଯାଇଛି। ଏହି ଘଟଣାରେ ବ୍ୟବହୃତ ଜେସିବି ମେସିନ, ପିକଅପ ଭ୍ୟାନ ଏବଂ ଗ୍ୟାସ କଟର ମଧ୍ୟ ଜବତ କରାଯାଇଛି। ଘଟଣାର ଯାଞ୍ଚ ଚାଲିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିହାରର ରୋହତାସ ଜିଲ୍ଲାର ନାସରିଗଞ୍ଜ ବ୍ଲକ ଅମିୟାଭର ଅଞ୍ଚଳରେ ଏକ କେନାଲ ଅଛି। ଏହି କେନାଲ ଉପରେ ନିର୍ମିତ ଲୁହା ପୋଲ ରାତାରାତି ଅଦୃଶ୍ୟ ହୋଇଯାଇଥିଲା| ପୋଲ ଅଦୃଶ୍ୟ ହେବାର ଖବର ସାମ୍ନାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଯେତେବେଳେ ଲୋକମାନେ ଯାଇ ଦେଖିଲେ, କେନାଲ ଉପରେ ନିର୍ମିତ ୬୦ ଫୁଟ ଲମ୍ବ, ଦଶ ଫୁଟ ଚଉଡା ଏବଂ ବାର ଫୁଟ ଉଚ୍ଚ ସେତୁ ନିଖୋଜ ଥିଲା। କୁହାଯାଇଥିଲା ଯେ ଚୋରମାନେ ଜେସିବି ସାହାଯ୍ୟରେ ଏହି ପୋଲକୁ ଉଚ୍ଛେଦ କରି ଟ୍ରକ ଉପରେ ଲୁହାକୁ ଲଦି ସାଙ୍ଗରେ ନେଇ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Two-Officers-Arrested-For-Bridge-Stealing-Case_Thumbnail.jpg)