ଏହି କାରଣ ପାଇଁ କରଓ୍ଵା ଚୌଥ୍‌ ଦିନ ସ୍ତ୍ରୀର ଜିଭକୁ ବ୍ଲେଡରେ କାଟିଲା ସ୍ୱାମୀ

ମୁଜାଫରପୁର : ବିହାର ମୁଜାଫରପୁର ଜିଲ୍ଲାରେ କରଓ୍ଵା ଚୌଥ୍‌ ଭଳି ଦିନରେ ଜଣେ ସ୍ୱାମୀ କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କାରିଛି । ମୁଜାଫରପୁରର ସକରା ଥାନା ଅନ୍ତର୍ଗତ ସରୈୟା ଗାଁରେ ଜଣେ ସ୍ୱାମୀ ନିଜ ସ୍ତ୍ରୀର ଜିଭ କାଟି ଦେଇଥିବା ବେଳେ ଏବେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣା ପରେ ଗାଁ ଲୋକେ ଅଭିଯୁକ୍ତ ସ୍ୱାମୀକୁ ଧରି ପୁଲିସକୁ ହସ୍ତାନ୍ତର କରିଥିବା ବେଳେ ପ୍ରକୃତ ଘଟଣା ଜାଣିବା ପାଇଁ ପଚରାଉଚରା କରୁଛି ପୁଲିସ ।

ସୂଚନା ମୁତାବକ, ଘଟଣା ଦିନ ଅଭିଯୁକ୍ତ ରାଜସ୍ଥାନରୁ ଘରକୁ ଫେରିବା ପରେ ନିଜର ଦୁଇ ପତ୍ନୀଙ୍କୁ ଝଗଡ଼ା କରୁଥିବାର ଦେଖିଥିଲେ । ଦ୍ୱିତୀୟ ପତ୍ନୀ ନିର୍ଯ୍ୟାତନାର ଶିକାର ହୋଇ ବିରକ୍ତ ହେବା ସହ ଘର ବାହାରେ ଆସି ପାଟି କରୁଥିଲେ । ଏହା ଦେଖି ରାଗରେ ଅଭିଯୁକ୍ତ ନିଜର ଦ୍ୱିତୀୟ ପତ୍ନୀ ମୀନା ଖାତୁନଙ୍କୁ ଚୁପ୍‌ କରିବା ପାଇଁ ତାଙ୍କ ଜିଭ ଏକ ବ୍ଲେଡ୍‌ରେ କାଟି ଦେଇଥିଲେ ।

Image result for husband-cut-tongue-of-second-wife
Times of India

ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ମୁତାବକ, ଅଭିଯୁକ୍ତଙ୍କ ପ୍ରଥମ ପତ୍ନୀ ସନ୍ତାନ ଜନ୍ମ ନ କରି ପାରିବାରୁ ସେ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଦୁହେଁ ମିଶି ପୀଡ଼ିତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଯାହା ପାଇଁ ପୀଡ଼ିତା ସବୁ ବେଳେ ଝଗଡ଼ା କରୁଥିବାରୁ ଅଭିଯୁକ୍ତ ତାଙ୍କୁ ଜିଭ କାଟିଦେବାର ଧମକ ଦେଉଥିଲେ । କରଓ୍ଵା ଚୌଥ୍‌ ଦିନ ପୀଡ଼ିତାଙ୍କୁ ପାଟି କରୁଥିବାର ଦେଖି ଅଭିଯୁକ୍ତ ସତରେ ତାଙ୍କର ଜିଭ କାଟି ଦେଇଥିଲେ । ତେବେ ଘଟଣା ପରେ ପଡ଼ୋଶୀ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ଅଭିଯୁକ୍ତକୁ ପୁଲିସକୁ ହସ୍ତାନ୍ତର କରିଛନ୍ତି ।

ସମ୍ବନ୍ଧିତ ଖବର