ବିହାରରେ ଘଟିଲା ଅମାନୁଷିକ ଘଟଣା! ଗର୍ଭବତୀ ଛେଳି ହେଲା ମଦ୍ୟପ ଦ୍ୱାରା ଦୁଷ୍କର୍ମର ଶିକାର

ପାଟନା : ମଣିଷ ତ ମଣିଷ,ଏବେ ପଶୁମାନେ ମଧ୍ୟ ସୁରକ୍ଷିତ ନାହାନ୍ତି । ୫ ମାସର ଶିଶୁଠାରୁ ଆରମ୍ଭ କରି ୮୦ବର୍ଷର ବୃଦ୍ଧା ମଧ୍ୟ ସୁରକ୍ଷିତ ନ ଥିବା ବେଳେ ଏବେ ଏକ ଛେଳି ଦୁଷ୍କର୍ମର ଶିକାର ହେବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବିହାରର ରାଜଧାନୀ ପଟନାରେ ଗର୍ଭବତୀ ଛେଳି ଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରିବା ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘଟଣାର ଖବର ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣା ପଡ଼ିଛି । ଅଭିଯୁକ୍ତ ଶିମରାଜ ନିଶାଗ୍ରସ୍ତ ହୋଇ ଏପରି ଅପରାଧ କରିଥିବା ବେଳେ ମୃତ ଛେଳିଟି ୩ମାସର ଗର୍ଭବତୀ ଥିଲା ବୋଲି ଏହାର ମାଲିକ କହିଛନ୍ତି ।

NDTV.com

ସୂଚନା ମୁତାବକ,ମଧେପୂରା ଜିଲ୍ଲାରେ ରହୁଥିବା ମହମ୍ମଦ ଶିମ୍‌ରାଜ ପଟନାରେ ଦିନ ମଜୁରିଆର ଭାବେ କାମ କରୁଥିଲେ । ମଙ୍ଗଳବାର ସଂନ୍ଧ୍ୟା ସମୟରେ ମଦ ପିଇ ନିଶାଗ୍ରସ୍ତ ହେବା ପରେ ନିଜ ଶାରୀରିକ ଭୋକ ମେଣ୍ଟାଇବା ପାଇଁ ପଡ଼ୋଶୀ ଘରେ ବନ୍ଧାଥିବା ଏକ ଛେଳିକୁ ଜବରଦସ୍ତ ଉଠାଇ ନେଇଥିଲେ । ଏହା ପରେ ଘର ପଛକୁ ନେଇ ଗର୍ଭବତୀ ଛେଳି ସହ ଦୁଷ୍କର୍ମ କରିଥିଲେ । କିଛି ସମୟରେ ଛେଳିର ମାଲିକ ଛେଳିକୁ ଖୋଜିବା ପରେ ଅଭିଯୁକ୍ତଙ୍କ ବାରି ପଛ ପଟେ ଛେଳିଟି ମୃତ ଅବସ୍ଥାରେ ପଡ଼ିଥିବା ଦେଖା ଯାଇଥିଲା । ତୁରନ୍ତ ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଶିମ୍‌ରାଜଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର