ଲଜ୍ଜା! ନାବାଳିକାକୁ ଦୁଷ୍କର୍ମ କରିଥିବା ଜଘନ୍ୟ ଅପରାଧ ପାଇଁ ଦଣ୍ଡ ମିଳିଲା କେବଳ ୫ ଥର ଉଠ୍‌ବସ୍‌

ପାଟ୍‌ନା: ବିହାରର ନବାଡ଼ାରେ ଏକ ଚକିତ କରିବା ପରି ଘଟଣା ସାମ୍ନାକୁ ଆସିଛି। ଏକ ୫ ବର୍ଷୀୟା ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତକୁ କେବଳ ୫ ଥର ଉଠ୍‌ବସ୍‌ ହେବାର ଦଣ୍ଡ ମିଳିଛି। ଅ‌ାଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ଦୁଷ୍କର୍ମକାରୀଙ୍କ ପାଇଁ ଆଜୀବନ କାରାଦଣ୍ଡ ପରି ଦଣ୍ଡାଦେଶ ରହିଥିବା ବେଳେ ଗ୍ରାମବାସୀଙ୍କର ଏପରି ଏକ ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି। ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହା ବିରୋଧରେ ଅନେକ ସ୍ବର ଉଠୁଥିବାର ଦେଖିବାକୁ ମିଳିଛି।

ଏହି ଅଭିଯୁକ୍ତର ନାମ ଅରୁଣ ପଣ୍ଡିତ। ଅରୁଣ ଗ୍ରାମର ଜଣେ କୁନି ଝିଅ ସହ ଏପରି କୁକର୍ମ କରିବା ପରେ ଗାଁ ଲୋକ ବସି ଏକ ପଞ୍ଚାୟତ ଡାକି ତା’କୁ ମାତ୍ର କେତେ ଥର ଉଠ୍‌ବସ୍‌ କରାଇ ନିର୍ଦୋଷ ପ୍ରମାଣପତ୍ର ଦେଇଥିବା ଘଟଣା ସଭିଙ୍କୁ ଚକିତ କରିଛି।

ଆରୁଣ ଗାଁରେ ଏକ କୁକୁଡ଼ା ଫାର୍ମ କରିଛି। ଜାଣିବାକୁ ମିଳିଛି ଯେ ସେ କୁକୁଡ଼ା ଫାର୍ମ ଭିତରେ ହିଁ ନାବାଳିକା ସହ ଏପରି କୁକର୍ମ କରିଛି। ମାତ୍ର ଯେଉଁଭଳି ଭାବେ ମାମାଲାର ସମାଧାନ କରାଯାଇଛି ତାହାକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଉଛି।

ଏକ ଶିଶୁ ସହ ଖରାପ କାର୍ଯ୍ୟ କରିଥିବା ଏପରି ଜଘନ୍ୟ ଅପଦାଧୀକୁ ପକ୍ସୋ କାନୁୁନ ଅଧୀନରେ ଦଣ୍ଡ ଦିଆଯିବା ବଦଳରେ ଗାଁରେ ସମାଧାନ କରିବା କଥା ସଭିଙ୍କୁ ପସନ୍ଦ ଆସିନି। ଜାଣିବାକୁ ମିଳିଛି ‌ଯେ ଅଭିଯୁକ୍ତ ଅରୁଣ ‌ନଭେମ୍ବର ୨୧ ତାରିଖରେ ଏହି ଘୃଣ୍ୟ କାର୍ଯ୍ୟ କରିଥିଲା।

 

 

ସମ୍ବନ୍ଧିତ ଖବର