ପାଟନା: ନକଲି ଡାକ୍ତରଙ୍କ ପାଇଁ ଚାଲିଗଲା ନୀରିହ ଜୀବନ | ଜଣେ ନକଲି ଡାକ୍ତର ୟୁଟ୍ୟୁବ୍ ଭିଡିଓ ଉପରେ ନିର୍ଭର କରି ନାବାଳକଙ୍କ ପିତ୍ତକୋଷରେ ଥିବା ଷ୍ଟୋନ କାଢିଥିଲେ | ଏହା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ନିଆଯାଇଥିଲା | ହେଲେ ଡାକ୍ତରଖାନା ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ବିହାରର ସରନରେ ଘଟିଛି ଏଭଳି ଅଭାବନୀୟ ଘଟଣା | ମୃତକଙ୍କ ନାମ କ୍ରିଷ୍ଣା କୁମାର ବୋଲି ଜଣାପଡିଥିବା ବେଳେ ଅଭିଯୁକ୍ତର ନାମ ଅଜିତ କୁମାର ପୁରୀ ବୋଲି ଜଣାପଡିଛି |

Advertisment

କ୍ରିଷ୍ଣା କୁମାରଙ୍କ ପରିବାର ସଦସ୍ୟଙ୍କ କହିବା ମୁତାବକ, "କ୍ରିଷ୍ଣାର ଲଗାତାର ବାନ୍ତି ହେବାରୁ ତାକୁ ସରନରେ ଥିବା ଗଣପତି ହସ୍ପିଟାଲକୁ ନିଆଯାଇଥିଲା | ସେଠାରେ ଭର୍ତ୍ତି କରିବା ପରେ ଡାକ୍ତର କିଛି ଔଷଧ ଦେଇଥିଲେ, ଯାହା ପରେ ତାଙ୍କ ବାନ୍ତି ବନ୍ଦ ହୋଇଥିଲା | ହେଲେ ଡାକ୍ତର ଅଜିତ କହିଥିଲେ, ଅପରେସନ କରି ଷ୍ଟୋନ ବାହାର କରିବାକୁ ହେବ | ଏହା  ପରେ ସେ ୟୁଟ୍ୟୁବ ଦେଖି ଅପରେସନ କରିଥିଲେ | ଅପରେସନ ପରେ କ୍ରିଷ୍ଣାର ଦେହ ଖରାପ ହେବାରୁ ଆମ୍ବୁଲାନ୍ସ ଯୋଗାଡ଼ କରି ସେ ଅନ୍ୟ ଏକ ଡାକ୍ତରଖାନାକୁ ପଠାଇଦେଇଥିଲେ | ଆମେ ତାକୁ ଡାକ୍ତରଖାନା ନେବା ବାଟରେ ହିଁ ତା'ର ମୃତ୍ୟୁ ହୋଇଥିଲା | ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଅଜିତ ଓ ତାଙ୍କ ସାଥି ଆମକୁ ସେଠାରେ ଛାଡି ଚାଲିଯାଇଥିଲେ | ତାଙ୍କ ପାଖରେ ଡାକ୍ତର ହେବାର ଯୋଗ୍ୟତା ଅଛି କି ନାଇ ତାହା ମଧ୍ୟ ଆମେ ଜାଣିନାହୁଁ |"

ଏ ଖବର ପଢନ୍ତୁ- https://sambad.in/entertainment/rajinikanth-movie-jailer-actor-vinayakan-tk-detained-at-rajiv-gandhi-international-airport-7050046

ଏ ଖବର ପଢନ୍ତୁ- https://sambad.in/entertainment/rajinikanth-movie-jailer-actor-vinayakan-tk-detained-at-rajiv-gandhi-international-airport-7050046