ବାପାଙ୍କ ଦେହ ଖରାପ ବୋଲି କହି ଶାଶୁଘରୁ ମହିଳାଙ୍କୁ ନେଇ ଗଲେ ଦୁର୍ବୃତ୍ତ, ୭ଦିନ ବନ୍ଦୀ କରି କଲେ ଗଣଦୁଷ୍କର୍ମ

ପାଟନା : ବିହାରର ନାଳନ୍ଦା ଜିଲ୍ଲାରେ ଜଣେ ମହିଳାଙ୍କୁ ମିଛ କହି ଶାଶୁଘରୁ ଡ଼ାକି ନେବା ଓ ପରେ ୭ଦିନ ବନ୍ଦୀ କରି ଗଣଦୁଷ୍କର୍ମ କରିବା ଭଳି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତାଙ୍କ ଏଭଳି ଅଭିଯୋଗ ଆସିବା ପରେ ଏତଲା ଲେଖି ତଦନ୍ତ ଆରମ୍ଭ କରିଛି ପୁଲିସ ।

dhakatribune.com

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଜୁଲାଇ ୧୬ରେ ପୀଡ଼ିତାଙ୍କ ଜଣେ ସଂପର୍କୀୟ ତାଙ୍କ ଶାଶୁ ଘରକୁ ଆସି ତୁମ ବାପାଙ୍କ ଦେହ ଭୀଷଣ ଖରାପ ବୋଲି କହିଥିଲେ । ଏହା ସହ ମୁଁ ତୁମକୁ ତୁମ ବାପ ଘରେ ଛାଡ଼ିଦେବି ବୋଲି କହି ପୀଡ଼ିତାଙ୍କୁ ଶାଶୁ ଘରୁ ନେଇ ଆସିଥିଲେ । କିନ୍ତୁ ପୀଡ଼ିତାଙ୍କୁ ତାଙ୍କ ବାପଘରେ ଛାଡ଼ିବା ପରିବର୍ତ୍ତେ ଜନଶୂନ୍ୟ ସ୍ଥାନରେ ଥିବା ଏକ ଘରେ ବନ୍ଦୀ କରି ଦେଇଥିଲେ ଅଭିଯୁକ୍ତ । ଏହା ପରେ ଅଭିଯୁକ୍ତ ଅନ୍ୟ ୩ଜଣଙ୍କ ସହ ମିଶି ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ୭ଦିନ ଅଭିଯୁକ୍ତମାନଙ୍କ କବ୍‌ଜାରେ ରହିବା ପରେ ଜୁଲାଇ ୨୩ରେ ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ ପୀଡ଼ିତା । ପ୍ରଥମେ ସେ ନିଜ ଶାଶୁଘରକୁ ଆସିବା ସହ ପରେ ପୁଲିସରେ ଯାଇ ଏ ନେଇ ଅଭିଯୋଗ କରିଥିଲେ ପୀଡ଼ିତା ।

ସମ୍ବନ୍ଧିତ ଖବର