୪ବର୍ଷର ପ୍ରେମକୁ ଭୁଲି ଲୁଚି ଲୁଚି ଅନ୍ୟକୁ ବିବାହ କଲା ପ୍ରେମିକା, ବାଟର କଣ୍ଟା ଭାବି ସ୍ୱାମୀ ସହ ମିଶି ପ୍ରେମିକକୁ କଲା ହତ୍ୟା

ମୁଙ୍ଗେର : ବିହାରର ମୁଙ୍ଗେର ଜିଲ୍ଲାରେ ଜଣେ ପ୍ରେମିକା କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବର୍ତ୍ତମାନର ପ୍ରେମିକ ସହ ରହିବା ପାଇଁ ଅଭିଯୁକ୍ତ ମହିଳା ନିଜର ପ୍ରଥମ ପ୍ରେମିକକୁ ହତ୍ୟା କରିଥିବା ଜଣା ପଡ଼ିଛି । ପ୍ରଥମ ପ୍ରେମିକକୁ ହତ୍ୟା କରିବା ପରେ ଅଭିଯୁକ୍ତ ମହିଳା ଦ୍ୱିତୀୟ ପ୍ରେମିକଙ୍କୁ ବିବାହ କରି ନେଇଥିଲେ । କିନ୍ତୁ ଦୁହିଁଙ୍କ ଖୁସି ବେଶି ଦିନ ଯାଇ ନଥିଲା । ୨୦ଦିନ ତଳେ ଏଭଳି ବର୍ବର କାଣ୍ଡ ଅଭିଯୁକ୍ତ ମହିଳା ଘଟାଇଥିବା ବେଳେ ଏବେ ପୁଲିସ ଅଭିଯୁକ୍ତ ମହିଳାକୁ ଗିରଫ କରିଛି । ମୃତକଙ୍କ ନାଁ ଜୟ କରଣ କୁମାର ବୋଲି ଜଣା ପଡ଼ିଛି । ଅକ୍ଟୋବର ୫ରେ ପୀଡ଼ିତଙ୍କ ବାପା ପୁଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ଦୀର୍ଘ ୨୦ଦିନ ପରେ ଏବେ ପୁଲିସ ଅଭିଯୁକ୍ତ ରବିନାଙ୍କୁ ଗିରଫ କରି ନେଇଛି ।

Image result for murder
India Today

ଗିରଫ ହେବା ପରେ ପୂରା ଘଟଣା ପୁଲିସକୁ ଜଣାଇଛି ରବିନା । ଅଭିଯୁକ୍ତ ରବିନାର କହିବା ମୁତାବକ, ୪ବର୍ଷ ପର୍ଯ୍ୟନ୍ତ ସେ ଜୟଙ୍କ ସହ ପ୍ରେମ ସଂପର୍କରେ ଥିଲେ । କିନ୍ତୁ ନନ୍ଦୁ ପସ୍‌ଓ୍ଵାନଙ୍କୁ ଦେଖିବା ପରେ ସେ ଜୟଙ୍କୁ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ । ୩ମାସର ପ୍ରେମ ସଂପର୍କରେ ରହିବା ପରେ ଜୟଙ୍କୁ ନ ଜଣାଇ ନନ୍ଦୁଙ୍କ ବିବାହ କରି ନେଇଥିଲେ ରବିନା । ଏ ବିଷୟରେ ନ ଜାଣି ଜୟ ରବିନାଙ୍କୁ ବାରମ୍ବାର ଫୋନ କରୁଥିବାରୁ ରବିନା ଓ ନନ୍ଦୁ ମିଶି ଜୟଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ । ଘଟଣାଦିନ ନନ୍ଦୁ ନିଜର ୩ଜଣ ବନ୍ଧୁଙ୍କ ସହ ଏକ ପଡ଼ିଆରେ ଜଗି ରହିଥିବା ବେଳେ ରବିନା ଜୟଙ୍କୁ ଫୋନ କରି ଡ଼କାଇଥିଲେ । ଯାହା ପରେ ନନ୍ଦୁ ନିଜର ୩ଜଣ ବନ୍ଧୁଙ୍କ ସହ ଜୟଙ୍କୁ ହତ୍ୟା କରିଥିଲେ । ହତ୍ୟା ପରେ ଜୟଙ୍କ ମୃତଦେହକୁ ପାଖ ନଦୀଙ୍କୁ ୪ଜଣ ଫିଙ୍ଗି ଦେଇଥିଲେ । ଏ ଘଟଣାକୁ ନେଇ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏବେ ସମସ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି ।

ସମ୍ବନ୍ଧିତ ଖବର