ପାଟନା: ବିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ହୋମଗାର୍ଡ ପରୀକ୍ଷା ବେଳେ ଅଚେତ୍ ହେଲେ ମହିଳା। ଡାକ୍ତରଖାନା ନେବା ବାଟରେ ଦୁଷ୍କର୍ମ କଲେ ଦୁର୍ବୃତ୍ତ। ଗୟା ଜିଲ୍ଲାରେ ଘଟିଥିବା ଏହି ଅଭାବନୀୟ ଘଟଣା ନେଇ ଚର୍ଚ୍ଚା ହେଉଛି। ହୋମଗାର୍ଡ ନିଯୁକ୍ତି ପାଇଁ ଆବେଦନ କରିଥିବା ଜଣେ ୨୬ ବର୍ଷୀୟ ମହିଳା, ଫିଜିକାଲ ଟେଷ୍ଟ ସମୟରେ ଅଚେତ ହୋଇପଡ଼ିଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଉଥିବା ବେଳେ ଚଳନ୍ତା ଆମ୍ବୁଲାନ୍ସରେ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଜୁଲାଇ ୨୪ତାରିଖରେ ବୋଧଗୟାର ବିହାର ସାମରିକ ପୁଲିସ ପଡ଼ିଆରେ ହୋମଗାର୍ଡ ନିଯୁକ୍ତି ପାଇଁ ଫିଜିକାଲ ଟେଷ୍ଟ କରାଯାଉଥିଲା। ଏହି ପରୀକ୍ଷା ଦେବା ସମୟରେ ମହିଳା ଜଣକ ଚେତାଶୂନ୍ୟ ହୋଇଯାଇଥିଲେ। ଘଟଣାସ୍ଥଳେ ନିୟୋଜିତ ଏକ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କାର୍ଯ୍ୟକ୍ରମ ଆୟୋଜକମାନେ କରିଥିଲେ। ମହିଳାଜଣକ ଅଭିଯୋଗ କରିଛନ୍ତି ଯେ, ସେ ଅଚେତ ଥିବା ସମୟରେ ଆମ୍ବୁଲାନ୍ସ ଭିତରେ ଅନେକ ଲୋକ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତାଙ୍କ ବୟାନ ପରେ, ବୋଧଗୟା ପୁଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଥିବା ବେଳେ ଆମ୍ବୁଲାନ୍ସ ଚାଳକ ବିନୟ କୁମାର ଓ ଟେକନିସିଆନ୍ ଅଜିତ୍ କୁମାରଙ୍କୁ ଗିରଫ କରିଛି ପୁଲିସ।
ଜୁଲାଇ ୨୪ତାରିଖରେ ବୋଧଗୟାର ବିହାର ସାମରିକ ପୁଲିସ ପଡ଼ିଆରେ ହୋମଗାର୍ଡ ନିଯୁକ୍ତି ପାଇଁ ଫିଜିକାଲ ଟେଷ୍ଟ କରାଯାଉଥିଲା। ଏହି ପରୀକ୍ଷା ଦେବା ସମୟରେ ମହିଳା ଜଣକ ଚେତାଶୂନ୍ୟ ହୋଇଯାଇଥିଲେ। ଘଟଣାସ୍ଥଳେ ନିୟୋଜିତ ଏକ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କାର୍ଯ୍ୟକ୍ରମ ଆୟୋଜକମାନେ କରିଥିଲେ। ମହିଳାଜଣକ ଅଭିଯୋଗ କରିଛନ୍ତି ଯେ, ସେ ଅଚେତ ଥିବା ସମୟରେ ଆମ୍ବୁଲାନ୍ସ ଭିତରେ ଅନେକ ଲୋକ ତାଙ୍କ ସହ ଦୁଷ୍କର୍ମ କରିଥିଲେ।
୩-୪ଜଣ ଦୁଷ୍କର୍ମ କରିଥିବା ନେଇ ମହିଳା ଅଭିଯୋଗ କରିଥିବା ବେଳେ ଏବେ ୨ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ।
Home Guard Test | gangrape | Bihar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/26/new-project-38-2025-07-26-21-11-00.jpg)