ନୂଆଦିଲ୍ଲୀ: ବିହାରର ପୂର୍ଣ୍ଣିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସରକାରୀ ଚାକିରି ପାଇବା ପରେ ତାଙ୍କ ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡି ନାବାଳକ ପ୍ରେମିକ ସହ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। 

Advertisment

ସୂଚନାଯୋଗ୍ୟ,  ପୂର୍ଣ୍ଣିଆର ବାସିନ୍ଦା ରଞ୍ଜନ କୁମାର ରାଣା ୧୩ ବର୍ଷ ପୂର୍ବେ ଲକ୍ଷ୍ମୀ କୁମାରିଙ୍କୁ ବିବାହ କରିଥିଲେ। ବିବାହ ପରେ ରଞ୍ଜନ ଓ ଲକ୍ଷ୍ମୀଙ୍କ ୭ ବର୍ଷ ଏବଂ ୧୦ ବର୍ଷ ବୟସର ଦୁଇଟି ସନ୍ତାନ ଅଛନ୍ତି। ଲକ୍ଷ୍ମୀଙ୍କ ଶିକ୍ଷୟିତ୍ରୀ ହେବାପାଇଁ ଅନେକ ଦିନରୁ ‌‌‌ଇଚ୍ଛା ଥିଲା। ସ୍ତ୍ରୀଙ୍କ ଇଚ୍ଛାକୁ ପୁରଣ କରିବା ପାଇଁ ରଞ୍ଜନ ନିଜ କାମକୁ ପଛରେ ପକାଇ ଅର୍ଥ ଖର୍ଚ୍ଚ କରିବା ଠାରୁ ଆରମ୍ଭ କରି ଖୁବ ପରିଶ୍ରମ କରିଥିଲେ। 

ରଞ୍ଜନଙ୍କ କଠିନ ପରିଶ୍ରମ ଫଳସ୍ୱରୂପ ହେଲା । ଲକ୍ଷ୍ମୀ ଶିକ୍ଷୟିତ୍ରୀ ପାଇଁ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଲକ୍ଷ୍ମୀ ଶିକ୍ଷୟିତ୍ରୀ ହେବାପରେ ରଞ୍ଜନଙ୍କ ଖୁସିରେ ପାଦ ତଳେ ଲାଗୁ ନଥିଲା।  ଲକ୍ଷ୍ମୀ ଙ୍କର ପ୍ରଥମ ପୋଷ୍ଟିଂ ଆରାରିଆ ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟ କୁଡା ଟୋଲ୍ ତାମଘାଟ୍ଟିରେ ହୋଇଥିଲା। 
ତେଣୁ ଲକ୍ଷ୍ମୀ ନିଜର ସ୍ବାମୀ ଓ ଦୁଇସନ୍ତାନଙ୍କୁ ପୂର୍ଣ୍ଣିଆରେ ଛାଡ଼ି ସେଠାରେ  ଏକ ଭଡା ଘର ନେଇ ରହିବା ଆରମ୍ଭ କରିଥିଲେ। 

ଏହି ସମୟରେ ଲକ୍ଷ୍ମୀଙ୍କୁ ତାଙ୍କ ପଡ଼ୋଶୀରେ ରହୁଥିବା ସୁନୀଲ ରାମ (୧୯) ଛୋଟ ଛୋଟ କାମରେ ସାହାଯ୍ୟ କରି ଆସୁଥିଲେ। ଧୀରେ ଧୀରେ ଦୁହେଁ ନିକଟତର ହେଲେ। ଲକ୍ଷ୍ମୀ ସୁନୀଲଙ୍କ ପ୍ରେମରେ ପଡ଼ି ଯାଇଥିଲେ।  

ସୁନୀଲଙ୍କ ପରିବାର ଲୋ‌କ ଯେତେବେଳେ ଏ  ଘଟଣା ବିଷୟରେ ଜାଣିଥିଲେ ସେମାନେ ପୁଅକୁ ବାହାରକୁ ପଠାଇ ଦେଇଥିଲେ। ତଥାପି ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରହିଥିଲା। କିଛିଦିନ ପୂର୍ବେ ସୁନୀଲ ଘରକୁ ଫେରିଥିଲେ। ଏହି ସମୟରେ ଲକ୍ଷ୍ମୀ ଓ ସୁନୀଲ କାହାକୁ କିଛି ନକହି ଫେରାର ହୋଇଯାଇଥିଲେ।

ସୁନୀଲଙ୍କ ପରିବାର ଥାନାରେ ଲକ୍ଷ୍ମୀଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରି କହିଛନ୍ତି, ‘ ସୁନୀଲୀ ବୟସ ୧୯ ବର୍ଷ ହୋଇଥିବା ବେଳେ ଲକ୍ଷ୍ମୀଙ୍କ ବୟସ ୩୫ରୁ ୪୦ବର୍ଷ ମଧ୍ୟରେ ହେବ। ସୁନୀଲ କଦାପି ଏପରି କାମ କରି ପାରିବ ନାହିଁ। ଲକ୍ଷ୍ମୀ ହିଁ ଆମ ପୁଅକୁ ଅପହରଣ କରି ନେଇଛି।’

ଏପଟେ ଲକ୍ଷ୍ମୀଙ୍କ ବିଷୟରେ ସ୍ବାମୀ ରଞ୍ଜନ ଯେତେବେଳେ ଜାଣିଲେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ସେ ଲକ୍ଷ୍ମୀଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରି ନଥିଲା। ସେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।