ଭାବି ସ୍ବାମୀଙ୍କୁ ଦେଖା କରିବାକୁ ଯାଇଥିବା ସମୟରେ ଗଣଦୁଷ୍କର୍ମ ଶିକାର ହେଲେ ଯୁବତୀ

ଯୁବତୀ ଜଣକ ପ୍ରଥମେ ଗଣଦୁଷ୍କର୍ମ ଶିକାର ହୋଇଥିବା ଘଟଣାକୁ ଲୁଚାଇ ଦେଇଥିଲେ କିନ୍ତୁ ଏହାର ଭିଡିଓ ଭାଇରାଲ ହେବା ପରେ ସେ ସାମ୍ନାକୁ ଆସି ତିନିଜଣ ଦୁଷ୍କର୍ମକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।  

ିଦସନଦୗ

ନୂଆଦିଲ୍ଲୀ: ପଞ୍ଜାବର କିରତପୁରରେ ଜଣେ ଯୁବତୀ ଗଣଦୁଷ୍କର୍ମ ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ପ୍ରଥମେ ଗଣଦୁଷ୍କର୍ମ ଶିକାର ହୋଇଥିବା ଘଟଣାକୁ ଲୁଚାଇ ଦେଇଥିଲେ କିନ୍ତୁ ଏହାର ଭିଡିଓ ଭାଇରାଲ ହେବା ପରେ ସେ ସାମ୍ନାକୁ ଆସି ତିନିଜଣ ଦୁଷ୍କର୍ମକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।  

ଯୁବତୀ ଜଣକ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ମୋର ବିବାହ ପାଖ ଗାଁର ଜଣେ ଯୁବକଙ୍କ ସହିତ ସ୍ଥିର ହୋଇଥିଲା। ଗତ ଶନିବାର ରାତି ପ୍ରାୟ ୧୦ଟା ସମୟରେ ମୁଁ ମୋର ଭାବି ସ୍ବାମୀଙ୍କୁ ଦେଖା କରିବାକୁ ଯାଇଥିଲି। ଆମେଦୁହେଁ ଘର ପାଖରେ ଥିବା ଏକ ପଡ଼ିଆରେ କଥା ହେଉଥିବା ବେଳେ ପାଖ ଗାଁରେ ରହୁଥିବା ଛଅ ଜଣ ଯୁବକ ଆସି ମୋତେ ଜୋରଜବରଦସ୍ତି ଏକ ନିଛାଟିଆ ସ୍ଥାନକୁ ଟାଣି ନେଇ ଗଣଦୁଷ୍କର୍ମ କରିବା ସହିତ ଭିଡିଓ ରେକର୍ଡ ବି କରିଥିଲେ।

ଏହି ଘଟଣା ବିଷୟରେ ମୁଁ ଓ ମୋ ଭାବି ସ୍ବାମୀ ଭୟରେ ଘରେ କାହାକୁ କିଛି ଜଣାଇ ନଥିଲୁ। କିନ୍ତୁ ଗତ ମଙ୍ଗଳବାର ଦୁଷ୍କର୍ମକାରୀମାନେ ଦୁଷ୍କର୍ମସମୟର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଗାଁର କିଛିଲୋକଙ୍କ ପାଖରେ ଏହି ଭିଡିଓ ପହଞ୍ଚିବା ପରେ ସେମାନେ ଆମ ଘରଲୋକଙ୍କୁ ଏ ଘଟଣା ବିଷୟରେ ଜଣାଇ ଦେଇଥିଲେ। ପରିବାରଲୋକ ଘଟଣା ବିଷୟରେ ଜାଣିବା ପରେ ମୁଁ ମୋ ସହିତ ଘଟିଥିବା ସମସ୍ତ ଘଟଣାକୁ ବଖାଣିବା ପରେ ସେମାନଙ୍କ ସହିତ ଥାନାକୁ ଯାଇ ୬ଜଣ ଦୁଷ୍କର୍ମକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।’

ପୀଡ଼ିତାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ୬ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe