ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜନୌରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କିଛି ଅସାମାଜିକ ଯୁବକମାନେ ପ୍ରେମିକ ଓ ପ୍ରେମିକାଙ୍କୁ ଆଖୁବୁଦାରେ ଗାଳିଗୁଲଜ କରିବା ସହିତ ମାଡ଼ମାରି ଉଠବସ କରାଇଥିଲେ। କେବଳ ଏତିକି ନୁହେଁ ଉକ୍ତ ଯୁବକମାନେ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ବି କରିଥିଲେ।

Advertisment

ପୀଡ଼ିତ କହିଛନ୍ତି,‘ଆମେ ପରସ୍ପରକୁ ଏକବର୍ଷ ହେବ ଜାଣିଛୁ। ପରସ୍ପରକୁ ଭେଟିବା ପାଇଁ ଏଠାକୁ ଆସିଥିଲୁ। କିନ୍ତୁ କିଛି ଅସାମାଜିକ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲୁ। ସେମାନେ ମୋତେ ଓ ମୋ ପ୍ରେମିକାକୁ ଧରି ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ।  କେବଳ ଏତିକି ନୁହେଁ ଉଠବସ ବି କରାଇଥିଲେ। ଏହି ଘଟଣାର ଭିଡିଓ କରି ସେମାନେ ତାହାକୁ ସୋସିଆଲ  ମିଡିଆରେ ସେୟାର କରି ଦେଇଥିଲେ। ’

ଭିଡିଓ ଭାଇରାଲ ହେବାପରେ ପୀଡ଼ିତଙ୍କ ଅଭିଯୋଗକ୍ରମେ ନଜିବାବାଦ ପୁଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ୪ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ପରେ ୨ଜଣଙ୍କୁ ଗିରଫ କରି ଅନ୍ୟ ଦୁଇଜଣ ନାବାଳକଙ୍କୁ  ସୁଧାର ଗୃହକୁ ପଠାଇ ଦିଆଯାଇଛି। ଏଥିସହିତ ଏହି ଘଟଣାରେ ସାମିଲ ଅନ୍ୟ ଜଣଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।