ଜୟପୁର: ରାଜସ୍ଥାନର ବିକାନେର୍ରେ ଦେଖିବାକୁ ମିଳିିଛି ଏକ ଅଭାବନୀୟ ଘଟଣା। ଜଣେ ସ୍ବାମୀ ନଖାଇ ଶୋଇ ପଡ଼ିବାରୁ ତାଙ୍କ ପତ୍ନୀ ତାଙ୍କୁ ଏକ କ୍ରିକେଟ୍ ବ୍ୟାଟ୍ରେ ପିଟି ପିଟି ଦରମରା କରିଥିବା ଅଭିଯୋଗ ହୋଇଛି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମାମଲାରେ ପୁଲିସ୍ ଉକ୍ତ ଅଭିଯୁକ୍ତା ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପୀଡ଼ିତ ସ୍ବାମୀ ଓ ତାଙ୍କ ପରିବାର ଲୋକଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଯାହାକୁ ଲୋକେ ଖୁବ୍ ବିରୋଧ କରିଛନ୍ତି। ଏ ଘଟଣାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଚାଲିଛି।
ଜାଣିବାକୁ ମିଳିଛି ଯେ ବିନା ଖାଇ ଶୋଇପଡ଼ିଥିବା ସ୍ବାମୀଙ୍କ ଉପରେ ପତ୍ନୀ ରାଗିକି ଏପରି ବାଡ଼େଇଲେ ଯେ ତାଙ୍କ ମୁଣ୍ଡରେ ୧୨ଟି ସିଲେଇ ପଡ଼ିଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆଖପାଖ ଲୋକ ଓ ମହିଳାଙ୍କ ଶଶୁରଘର ଲୋକ ମହିଳାଙ୍କୁ ଥରେ ରୋକିବା ପରେ ବି ମହିଳା ଥଣ୍ଡା ପଡ଼ିନଥିଲେ। ତାହାର କିଛି ସମୟ ପରେ ମହିଳା ଜଣକ ପୁଣି ଥରେ ତାଙ୍କ ସ୍ବାମୀଙ୍କୁ ଆକ୍ରମଣ କରିଥିଲେ।
ପୀଡ଼ିତ ପତିଙ୍କ ପରିଜନମାନେ ଅଭିଯୋଗ ଆଣିଛନ୍ତି ଯେ ପୀଡ଼ିତ ଅସୀମଙ୍କ ଅଭିଯୋଗକୁ ନେଇ ମହିଳାଙ୍କ ବିରୋଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଜୟ ନାରାୟଣ ବ୍ୟାସ କଲୋନୀ ଥାନା ପୁୁଲିସ୍ ପତ୍ନୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପତି ଏବଂ ତାଙ୍କ ଫଡ଼ୋଶୀଙ୍କୁ ଗିିରଫ କରିବାର ଧମକ ଦେଇଛି।