ଭୁବନେଶ୍ବର: ସତ୍ସଙ୍ଗ ବିହାର ସମ୍ମୁଖ ଜାତୀୟ ରାଜପଥରେ ଯୁବକ ଶୁଭମ୍ ପାତ୍ରଙ୍କ ଦୁର୍ଘଟଣାରେ ମୃତ୍ୟୁ ମାମଲାରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ, ଜଟଣୀ ଅଞ୍ଚଳର ପ୍ରଦୀପ କୁମାର ନାୟକ(୨୧)। ପୁଲିସ ସୂଚନା ମୁତାବକ, ଗତ ଅକ୍ଟୋବର ୯ ତାରିଖ ରାତିରେ ଶୁଭମ୍ ବାଇକ୍ରେ ରସୁଲ୍ଗଡ଼ ଆଡ଼କୁ ଯାଉଥିଲେ। ସତ୍ସଙ୍ଗବିହାର ସମ୍ମୁଖରେ ବାଇକ୍ ଉପରୁ ଭାରସାମ୍ୟ ହାରାଇ ପ୍ରଦୀପଙ୍କ ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ। ସହିଦନଗର ଥାନା ପୁଲିସ ଉଭୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁଭମ୍ଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।
ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, ଯୁବକ ଗିରଫ
/sambad/media/post_attachments/wp-content/uploads/2019/09/arrest85-2-620x400.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)