ବାଇକ୍‌ ସହ ଗଞ୍ଜେଇ ଜବତ, ବେପାରୀ ଗିରଫ

ଖଣ୍ତଗିରି: ଗୁରୁବାର ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ତପୋବନ ବସ୍ତିିରେ ଚଢ଼ଉ କରାଯାଇ ଜଣେ ବେପାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ତପୋବନ ବସ୍ତିରେ ରହୁଥିବା ନୟାଗଡ଼ ଜିଲ୍ଲା ରାଜସୁନାଖଳା କପାସିଆ ଗାଁର ମନୋର˚ଜନ ରାଜ୍‌(୨୬)। ଅବକାରୀ ପୁଲିସ ତା ନିକଟରୁ ୧୦ କେଜି ଗଞ୍ଜେଇ ଏକ ବାଇକ୍‌(ଓଡି୩୩-ଇ-୬୭୭୯) ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କ ହେବ ବୋଲି କୁହାଯାଉଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦେଶରେ ଏଚସି ସାମନ୍ତ, ସୁଜିତ୍‌ ମୁଦୁଲି, ଅମରେନ୍ଦ୍ର ଶତପଥୀ ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର