ବାଲିଅନ୍ତା : ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ବାଳକାଟି ଫାଣ୍ଡି ଅଞ୍ଚଳରେ ଏକ ପରିବାରର ସାନପୁଅ ଓ ବଡ଼ପୁଅ ମଧ୍ୟରେ ଭୀଷଣ ଗଣ୍ଡଗୋଳ ଘଟିଛି। ଏ ସଂପର୍କରେ ଏହି ପରିବାରର ସେମାନଙ୍କ ବାପା ଆଜି ସଂଧ୍ୟାରେ ବାଳକାଟି ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି। ସାନପୁଅ ଉତ୍ତ୍ୟକ୍ତ ହୋଇ ପେଟ୍ରୋଲ ପକାଇ ବାଇକ୍ଟିକୁ ସଂପୂର୍ଣ୍ଣ ଜାଳିଦେଇଥିବା ସଂକ୍ରାନ୍ତରେ ଅଭିଯୋଗ ହୋଇଛି। ଏପରିକି ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ସାନପୁଅ ତାଙ୍କ ବାପା ଓ ବଡ଼ଭାଇକୁ ମଧ୍ୟ ହାତରେ କଟୁରି ଧରି ଆକ୍ରମଣ ଉଦ୍ୟମ କରିଥିବା ନେଇ ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ହେଲେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି।
ସାନ ପୋଡ଼ିଦେଲା ବଡ଼ଭାଇର ବାଇକ୍
/sambad/media/post_attachments/wp-content/uploads/2018/02/Deepak-Ovhal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)