ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁଡ଼ରେ ୭ଜଣଙ୍କୁ ଏକାଠି ବସାଇ ନେବା ବୁଲେଟ ଚାଳକଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ହାପୁଡ଼ ଜିଲ୍ଲା ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ବୁଲେଟ ଚାଳକଙ୍କ ବିରୋଧରେ ପୁଲିସ ୯୫୦୦ଟଙ୍କାର ଜରିମାନା ଲାଗୁ କରିଛି।
ହାପୁଡ଼ ପୁଲିସ ସୂତ୍ରରୁ ପ୍ରକାଶ, ଜନପଦ ହାପୁଡ଼ରେ ଏକ ବାଇକ ଉପରେ କ୍ଷମତାରୁ ଅଧିକ ଜଣ ଯାତ୍ରୀ ବସି ଯାତ୍ରା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବାର ଆମ ନଜରରେ ପଡ଼ିଥିଲା।
ଏହା ସଡ଼କ ନିୟମ ବାହାରେ ହୋଇଥିବାରୁ ଭିଡିଓ ଦେଖିବା ପରେ ସେଥିରେ ଥିବା ଗାଡ଼ି ନମ୍ବର ଜରିଆରେ ଗ୍ରାହକଙ୍କ ପରିଚୟ ବାହାର କରି ତାଙ୍କ ବିରୋଧରେ ୯୫୦୦ଟଙ୍କାର ଚାଲାଣ କଟାଯାଇଥିଲା। ଏହି ସମୟରେ ସେ ହେଲମେଟ ବି ପରିଧାନ କରି ନଥିବା ଭିଡିଓରେ ଦେଖିବାକୁ ମିଳୁଛି। ପୁଲିସ ଉକ୍ତ ବୁଲେଟ ଚାଳକଙ୍କ ବିରୋଧରେ ଜରିମାନା ଲାଗୁ କରିବା ସହିତ ଲୋକଙ୍କୁ ସଡ଼କ ନିୟମ ଭାଙ୍ଗି ଗାଡ଼ି ନଚଲାଇବାକୁ ସତର୍କ ବି କରାଇଛି।
ଜରିମାନା ଲାଗୁପରେ ପୁଲିସ ଉକ୍ତଗାଡ଼ି ଚାଳକଙ୍କୁ ଯୋଗାଯୋଗ କରି ତାଙ୍କ ଘଟଣା ବିଷୟରେ ପଚାରିବାରୁ ସେ କହିଥିଲେ, ‘ ପିଲାମାନେ ଜିଦ କରିବାରୁ ମୁଁ ମଜାରେ ୭ଜଣଙ୍କୁ ବସାଇ ଏପରି ଭାବେ ବୁଲେଟ ଚଲାଇଥିଲି। ଗାଁ ଭିତରେ ବୁଲୁଥିବାରୁ ମୁଁ ହେଲମେଟ ବି ପିନ୍ଧି ନଥିଲି। କେହି ଜଣେ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଛନ୍ତି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/efe12bb3-5cd0-4be7-af51-bca5d9d31c53.jpg)