ଚୋରା ବାଇକ୍‌ ଜବତ, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ପୁଲିସ ଏକ ଚୋରା ଗାଡ଼ି ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲା, ଏହି ଥାନା ଅଧୀନ ଅ‌ଦେଇଖାଲ ଅରୁ‌ଣୋଦୟ ବସ୍ତିର ଟିକି ନାୟକ(୨୨)। ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତିରେ ପୁଲିସ ଗାଡ଼ି ଯାଞ୍ଚ କରୁଥିବା ବେଳେ ଟିକି ଧରାପଡ଼ିଥିଲା। ସେ ଗାଡ଼ିର କାଗଜପତ୍ର ଦେଖାଇ ନପାରିବାରୁ ପୁଲିସ ତାକୁ ଥାନାକୁ ନେଇଥିଲା। ଗାଡ଼ିଟି ଚୋରା ବୋଲି ଜଣାପଡ଼ିବା ପରେ ପୁଲିସ ଆଜି ଟିକିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର