ବାଇକ୍ ଲୁଟେରା ଗିରଫ, ୪ ଚୋରା ବାଇକ୍ ଉଦ୍ଧାର

ଭୁବନେଶ୍ବର: ବାଇକ୍ ଲୁଟୁଥିବା ଜଣେ ଲୁଟେରାକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ସେ ହେଲା ଝାରପଡ଼ା ମୁସଲିମ ସାହିର ସାଜିଦ୍ ଖାନ୍ ଓରଫ୍ ଟୁକୁନା। ଚୋରି ବାଇକ କିଣିବା ଅଭିଯୋଗରେ ପୁଲିସ ଜଟଣୀ ରଥୀପୁର ଅଞ୍ଚଳର ଏମଡି ଫଇଦ୍ ଓ ଶେଖ୍ ରମଜାନକୁ ଗିରଫ କରିଛି। ଗିରଫ ତିନି ଜଣଙ୍କଠାରୁ ୪ଟି ଚୋରା ବାଇକ୍ ଜବତ କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ, ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ଟୁନା ନାୟକ ଗତ ୨୫ ତାରିଖରେ ଲକ୍ଷ୍ମୀସାଗର ଛକ ନିକଟରେ ଥିବା ଏକ ଚିକେନ୍ କାଉଣ୍ଟରକୁ ଯାଇଥିଲେ। ଚିକେନ୍ କିଣୁଥିବା ବେଳେ ତାଙ୍କ ପତ୍ନୀ ବାଇକ୍ ନିକଟ‌‌‌‌‌ରେ ଛିଡ଼ା ହୋଇଥିଲେ। ସେହି ସମୟରେ ଟୁକୁନା ଟୁନାଙ୍କ ପତ୍ନୀଙ୍କୁ ଧକ୍କା ମାରି ବାଇକ୍‌ ନେଇ ପଳାଇଥିଲେ। ଏନେଇ ଟୁନା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଚଢ଼ଉ କରି ପ୍ରଥମେ ଟୁକୁନାକୁ ଗିରଫ କରିଥିଲା। ପୂର୍ବରୁ ସେ ଏମିତି ବାଇକ୍ ଚୋରି କରି ଜଟଣୀରେ ବିକ୍ରି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ଜଟଣୀରେ ଚଢ଼ଉ କରି ଦୁଇଜଣଙ୍କୁ ଗିରଫ କରିବା ସହ ଚୋରା ବାଇକ୍ ଉଦ୍ଧାର କରିଥିଲା। ଗିରଫ ତିନିଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର